March 29, 2024

Satya News

odia news channel

ବେ।ଥ୍ରାଙ୍କର ପେ।ଲିସ ପାୱାର ନାହିଁ : ପ୍ରକାଶ ମିଶ୍ର ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରକାଶ

 

ଭୁବନେଶ୍ୱର : ପରୀ ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି । ତେବେ ଏପରି ସମୟରେ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପ୍ରକାଶ ମିଶ୍ର । ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପେ।ଲିସ ମହାନିର୍ଦ୍ଦେଶକ ତଥା ବିଜେପି ନେତା ପ୍ରକାଶ । ସେ କହିଛନ୍ତି ଯେ, ଏସଆଇଟି ତଦନ୍ତର କୌଣସି ଅସ୍ତିତ୍ୱ ହିଁ ନାହିଁ । CRPC ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୋଲିସ କରିବ ।

ବର୍ତମାନ ସମୟରେ ବେଥ୍ରା OSRTC ର ଏମଡି ଅଛନ୍ତି । ତାଙ୍କର କୌଣସି ପେ।ଲିସ ପାୱାର ନାହିଁ । ତଦନ୍ତ ସେ କରିବେ କେମିତି ? ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ଦେଇଥିବା ତଦନ୍ତକୁ ଆମେ ପ୍ରଶ୍ନ କରୁଛୁ ଓ ସିବିଆଇକୁ ଏହି ମାମଲା ହସ୍ତାନ୍ତର କରାଯାଉ ବେ।ଲି ସେ ଦାବି କରିଛନ୍ତି । ପରୀ ଘଟଣାରେ ଏସଆଇଟି ତଦନ୍ତ କରିବାର ଅଧିକାର ନାହିଁ । ଏହାସହ ଏସଆଇଟି ଯାହା ତଦନ୍ତ କରିବ ତାହାକୁ କେ।ର୍ଟ ମଧ୍ୟ ଗ୍ରହଣ କରିବେ ନାହିଁ ।

Spread the love