March 28, 2024

Satya News

odia news channel

କରୋନା ଭାଇରସରୁ ମୁକ୍ତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କଲା ପିଏଲଏ… ମାତ୍ର ୯ ଦିନରେ ୧ ହଜାର ବେଡ ବିଶିଷ୍ଟ ହସ୍ପିଟାଲ

ଏହା କେବଳ ଚୀନରେ ସମ୍ଭବ
କରୋନା ଭାଇରସର ମୁକାବିଲା ପାଇଁ ଚୀନର ୱୁହାନରେ ରେକର୍ଡ ସୃଷ୍ଟି କରିଛନ୍ତି ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ସୈନ୍ୟ ଦଳ । ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ମାତ୍ର ୯ ଦିନରେ ଏପରି ସ୍ୱତନ୍ତ୍ର ହସ୍ପିଟାଲ ନିର୍ମାଣ କରିଛି, ଯାହାକୁ ଦେଖିଲେ ସମସ୍ତେ ବିସ୍ମିତ ହେଉଛନ୍ତି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ ସୋମବାରଠାରୁ ଆରମ୍ଭ ହୋଇଥିବା ନବନିର୍ମିତ ହୋଉଶେନଶାନ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ସେନାକୁ ୧,୪୦୦ ଡାକ୍ତର, ନର୍ସ ଓ ଅନ୍ୟ ଚିକିତ୍ସା କର୍ମୀଙ୍କୁ ପଠାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ । ସେଠାରେ ପହଂଚିଥିବା ୧,୪୦୦ ଚିକିତ୍ସକଙ୍କ ମଧ୍ୟରୁ ୯୫୦ ଜଣ ହେଉଛନ୍ତି ପିଏଲଏ ସହ ଜଡ଼ିତ ସଂଯୁକ୍ତ ରଣନୈତିକ ସମର୍ଥନ ବଳର ସଦସ୍ୟ । ଅବଶିଷ୍ଟ ୪୫୦ ଜଣ ହେଲେ ସୈନ୍ୟ ଚିକିତ୍ସା ବିଶ୍ୱବିଦ୍ୟାଳୟର । ଏମାନଙ୍କ ବ୍ୟତୀତ ୧୫ ହଜାର ଲୋକଙ୍କୁ ନେଇ ଗଠିତ ସଂଯୁକ୍ତ ଗୋଷ୍ଠୀକୁ ହସ୍ପିଟାଲଗୁଡ଼ିକରେ ମହାମାରୀ ରୋକିବା ସକାଶେ ମାର୍ଗଦର୍ଶନ ପାଇଁ ପଠାଯାଇଛି ।
୬୪୫,୦୦୦ ବର୍ଗ ଫୁଟ ଆୟତନ ବିଶିଷ୍ଟ ଏହି ଅତ୍ୟାଧୁନିକ ମେଡିକାଲରେ ଦୁଇଟି ଫ୍ଲୋର ରହିଛି, ଯେଉଁଠି ୩୦ ଇଣ୍ଟେନସିଭ କେୟାର ୟୁନିଟ (ଆଇସିୟୁ)ର ବ୍ୟବସ୍ଥା କରାଯାଇଛି । ଅସ୍ଥାୟୀ ହସ୍ପିଟାଲ ହେଲେ ବି ୧ ହଜାର ଶଯ୍ୟା ବିଶିଷ୍ଟ ଏତେ ବଡ଼ ସ୍ୱତନ୍ତ୍ର ଡାକ୍ତରଖାନା ପ୍ରତିଷ୍ଠା କରିବା କମ କଥା ନୁହେଁ । ସେଥିପାଇଁ ଯାହାକୁ ଦେଖିଲେ ସମସ୍ତେ କହୁଛନ୍ତି, ‘ଇଟ ଇଜ ପସିବୁଲ ଓନଲି ଇନ ଚାଇନା’ । ଚୀନର କମ୍ୟୁନିଷ୍ଟ ସରକାର ଅତିରିକ୍ତ ୨,୩୦୦ ବେଡ ବ୍ୟବସ୍ଥା ଥିବା ଭଳି ଏହି ଧରଣର ଦ୍ୱିତୀୟ ହସ୍ପିଟାଲ ଆଉ କିଛି ଦିନ ମଧ୍ୟରେ ଠିଆ କରିବାକୁ ଯାଉଛନ୍ତି । କାରଣ  ମହାଘାତକ ଭୂତାଣୁ କରୋନା ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି ।
khabardata.com
Spread the love