March 28, 2024

Satya News

odia news channel

କୋଭିଡ୍ ଡ୍ୟୁଟିରେ ସାମିଲ୍ ହେବେ MBBS ଶେଷ ବର୍ଷ ଛାତ୍ରଛାତ୍ରୀ

 

ନୂଆଦିଲ୍ଲୀ: କୋଭିଡ୍ ଡ୍ୟୁଟିରେ ସାମିଲ୍ ହେବେ MBBS ଶେଷ ବର୍ଷ ଛାତ୍ରଛାତ୍ରୀ। ନର୍ସିଂ ଛାତ୍ରଛାତ୍ରୀଙ୍କୁ ମଧ୍ୟ କୋଭିଡ୍ ଡ୍ୟୁଟିରେ ସାମିଲ କରାଯିବ ବୋଲି ସୂଚନା ମିଳିଛି। ନିୟୋଜିତ ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ସହ ମିଳିବ ପ୍ରୋତ୍ସାହନ ରାଶି। ତେବେ  ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ପରେ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ଗୋଟିଏ ପରେ କରୋନା ନିଜର କାୟା ବିସ୍ତାର କରୁଥିବା ବେଳେ MBBS ଶେଷ ବର୍ଷ ଛାତ୍ରଛାତ୍ରୀ ଓ ନର୍ସିଂ ଛାତ୍ରଛାତ୍ରୀଙ୍କୁ କରୋନା ଡ୍ୟୁଟିରେ ନିୟୋଜିତ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ତେବେ ଆଜି ଦେଶରେ ୨୪ ଘଂଟାରେ ଦେଶରେ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ। ଏହାକୁ ମିଶାଇ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୫ ଲକ୍ଷ ୫୭ ହଜାର ୪୫୭କୁ ବୃଦ୍ଧି ପାଇଛି ।

ଏପଟେ ରାଜ୍ୟରେ ଆଜି ପୁଣି ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ନୂଆ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼- ୭୩୫, ଅନୁଗୁଳ- ୫୨୫, କଟକ- ୪୮୨ ସମ୍ବଲପୁର- ୪୪୧, ବରଗଡ଼- ୩୯୦, ଝାରସୁଗୁଡ଼ା- ୩୮୬ ନବରଙ୍ଗପୁର- ୩୨୦, ପୁରୀ- ୩୦୬, ନୂଆପଡ଼ା- ୨୬୪, ଷ୍ଟେଟ୍ ପୁଲ୍- ୨୩୬, ସୁବର୍ଣ୍ଣପୁର- ୨୦୭, ମୟୂରଭଞ୍ଜ- ୧୯୯ ବଲାଙ୍ଗିର- ୧୯୮, ଯାଜପୁର- ୧୯୪, ନୟାଗଡ଼- ୧୮୭, କଳାହାଣ୍ଡି- ୧୭୪, ଗଞ୍ଜାମ- ୧୬୯, ରାୟଗଡ଼ା- ୧୫୪ କଳାହାଣ୍ଡି- ୧୭୪, ଗଞ୍ଜାମ- ୧୬୯, ରାୟଗଡ଼ା- ୧୫୪, କଳାହାଣ୍ଡି- ୧୭୪, ଗଞ୍ଜାମ- ୧୬୯, ରାୟଗଡ଼ା- ୧୫୪, ଜଗତସିଂହପୁର- ୧୪୯, ଭଦ୍ରକ- ୧୪୫, କୋରାପୁଟ- ୧୨୭, ଗଜପତି- ୧୨୦, ବୌଦ୍ଧ- ୧୦୩, ଦେବଗଡ଼- ୧୦୧, ବାଲେଶ୍ୱର- ୧୦୦, ଢେଙ୍କାନାଳ- ୮୬, କେନ୍ଦୁଝର- ୭୫ କେନ୍ଦ୍ରାପଡ଼ା- ୭୦, କନ୍ଧମାଳ- ୬୧, ମାଲକାନଗିରିରୁ ୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Spread the love