March 28, 2024

Satya News

odia news channel

ଡେଥ୍ ସାର୍ଟିଫିକେଟ୍ ଦେଇ ନେଇଗଲେ ୨୫ କୋଟି ଟଙ୍କା

 

ଲାହୋର : ପାକିସ୍ତାନରେ ଦିନକୁ ଦିନ ଠକଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ ଉପାୟରେ ସଂସ୍ଥାକୁ ଠକାଯାଉଛି । ଏପରି ଠକୁଥିବା ଜଣେ ମହିଳାଙ୍କ କାରନାମା ସାମ୍ନାକୁ ଆସିଛି । ସେ ନିଜର ମୃତ୍ୟୁ ପ୍ରମାଣପତ୍ର ଦେଇ ପ୍ରାୟ ୧୫ ଲକ୍ଷ ଡଲାର ହଡପ କରିଥିବା ଜଣାପଡିଛି । ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ପାକିସ୍ତାନୀ ସଂସ୍ଥା ।

ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସିର ସୂଚନା ଅନୁସାରେ, ସୀମା ଖାରବେ ୨୦୦୮ରେ ଆମେରିକା ଯ।ଇଥିଲେ । ସେଠାରେ ସେ ଦୁଇଟି ଜୀବନ ବୀମା କରିଥିଲେ । ୨୦୦୯ରେ ସେ ପାକିସ୍ତାନ ଫେରି ଆସିଥିଲେ । ୨୦୧୧ରେ ସେ ଜଣେ ଡାକ୍ତରଙ୍କୁ ଲାଞ୍ଚ ଦେଇ ନିଜର ମୃତ୍ୟୁ ପ୍ରମାଣପତ୍ର ଆଣିଥିଲେ । ଏହାକୁ ସେ ନିଜ ସନ୍ତାନମାନଙ୍କ ଦ୍ୱାରା ବ୍ୟବହାର କରି ଜୀବନ ବୀମାରେ ଆବେଦନ କରିଥିଲେ । ଏହାସହ ପ୍ରାୟ ୧୫ ଲକ୍ଷ ଡଲାର ବା ୨୫ କୋଟି ପାକିସ୍ତାନୀ ଟଙ୍କା ଜାଲିଆତି କରି ଆଣିଥିଲେ ।

ନିଜକୁ ମୃତ ଘୋଷଣା କରିବା ପରେ ସେ ପ୍ରାୟ ୧୦ ଥର କରାଚୀ ବିମାନ ବନ୍ଦରରୁ ବିଦେଶ ଯାଇଛନ୍ତି । ଏହାସହ ନିଜର ପରିଚୟ ମଧ୍ୟ ଲୁଚାଉଥିଲେ । ସେ ୫ଟି ଦେଶ ବୁଲିଛନ୍ତି ।  ଏଥିରେ ପାକିସ୍ତାନ ଏୟାର ଲାଇନ୍ସର କିଛି କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି ମହିଳାଙ୍କ ସମେତ ଠକେଇରେ ସାମିଲ ସରକାରୀ କର୍ମଚାରୀ. ଡାକ୍ତର ଓ ସନ୍ତାନଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆମେରିକୀୟ ସଂସ୍ଥା ମଧ୍ୟ ମହିଳାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି ।

Spread the love