
ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାରେ ଆଜିର ଶୁଣାଣି ଶେଷ। ଶୁଣାଣିରେ ମୁଖ୍ୟତଃ ଦୁଇଟି ଦାବି ରଖିଥିଲା ଓଡିଶା। ଅଣ ମୌସୁମୀ ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଜଳ ହୀରାକୁଦ ଜଳଭଣ୍ଡାରକୁ ଛାଡିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ବାରମ୍ବାର ବୈଠକ ବିଫଳ ହୋଇଛି।
ଉଭୟ ପକ୍ଷ ମଧ୍ୟରେ କୌଣସି ସମାଧାନର ବାଟ ବାହାରି ପାରୁନାହିଁ। ତେଣୁ ଡିସେମ୍ବରରେ କୌଣସି ଏକ ତାରିଖରେ ମାମଲାର ଚୂଡାନ୍ତ ଶୁଣାଣି କରି ଉଭୟ ପକ୍ଷଙ୍କ ଦାବି ଅନୁସାରେ ରାୟ ଦେବାକୁ ଓଡ଼ିଶା ଦାବି କରିଛି।
ଅନ୍ୟପଟେ ଛତିଶଗଡ଼ କେତେ ବ୍ୟାରେଜ କରିଛି, ଏହାର ଉଚ୍ଚତା ଓ କ୍ଷମତା କେତେ ଭଳି ସବିଶେଷ ତଥ୍ୟ ଆସେସରଙ୍କୁ ନଦେଲେ ଓଡ଼ିଶା ଆବେଦନ କରିପାରିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି। ଏହା ସହ ମୂଳ ଆବେଦନର ଶୁଣାଣି ସମୟ ନିର୍ଦ୍ଧାରଣ ପାଇଁ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ଟ୍ରିବ୍ୟୁନାଲ। ଆସନ୍ତା ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
More Stories
୨ ଯାଏ କାଳବୈଶାଖୀ
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା