ଭୁବନେଶ୍ୱର,୨୨/୧: ରାଜଧାନୀ ଭୁବନେଶ୍ୱରରେ ଏକ ସେକ୍ସ ରାକେଟର ପର୍ଦ୍ଦାଫାଶ ହୋଇଛି। ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରୁ ୮ଜଣ ବାଂଲାଦେଶୀ ଯୁବତୀଙ୍କୁ କମିସନରେଟ ପୁଲିସ ଉଦ୍ଧାର କରିଛି। ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ କମିସରେଟ ପୁଲିସର ଏସଟିଏଫ ଟିମ୍ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଚଢ଼ଉ କରି ୬ ଜଣ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଛି। ଏଥିସହ କିଛି ଗ୍ରାହକଙ୍କୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ଦେହ ବେପାରର ଚଳାଉଥିବା ଇବ୍ରାହିମ୍ ଓ ଅଞ୍ଜଳିକୁ ପୁଲିସ ଗିରଫ କରିଛି। କୋଚିଂ ସେଣ୍ଟର ବୋର୍ଡ ମରା ଯାଇଥିବା ଏକ ଘରେ ଯୁବତୀମାନେ ରହୁଥିଲେ। ସିଲେଇ ଶିଖୁଥିବା ଓ ନର୍ସିଂ ପଢ଼ୁଥିବା ଦୁଇ ଜଣ ଝିଅ ଏଠାରେ ରହିବେ ବୋଲି ଘରମାଲିକଙ୍କୁ କୁହାଯାଇଥିବା ଜଣାପଡ଼ିଛି।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ