ଭୁବନେଶ୍ୱର,୧୧/୧: ଭୁବନେଶ୍ୱରସ୍ଥିତ ମାର୍କେଟ୍ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣ ଘଟଣାରେ କମିଶନରେଟ ପୋଲିସ ୧୮ ଜଣଙ୍କୁ ଗିରଫ କରିଛି। ଏଥିସହ ଆକ୍ରମଣରେ ବ୍ୟବହୃତ ୫ଟି ବାଇକକୁ ଜବତ କରାଯାଇଛି। ଏ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମାର୍କେଟ ବିଲ୍ଡିଂ ବାହାରେ ଥିବା ଉଠା ଦୋକାନୀଙ୍କୁ ଶୁକ୍ରବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଗୋଡାଇ ଗୋଡାଇ ପିଟିଥିଲେ। ଏହି ଦୁର୍ବୃତ୍ତମାନେ ଛୋଟଛୋଟ ଦୋକାନଗୁଡିକୁ ଭାଙ୍ଗି ଦେଇଥିଲେ। ଘଟଣାସ୍ଥଳରେ ଡିପିସିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ହସ୍ତଗତ ହୋଇଥିବା ସୂଚନା ଅନୁସାରେ ସୂଚନା ଗୁରୁବାର ୟୁନିଟ-୪ ଅଞ୍ଚଳର ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମାର୍କେଟ ବିଲ୍ଡିଂ ଆସି କେଶରୀ ମଲ ସାମନାରେ ଥିବା ଅମୋଦ କୁମାର ଶାହାଙ୍କ ଦୋକାନରୁ ଘଣ୍ଟା କିଣିଥିଲେ। ଏହି ସମୟରେ ବାର୍ଗେନ କରିବାକୁ ନେଇ ଯୁବତୀ ଓ ଦୋକାନୀଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଯୁବତୀଙ୍କ ପୁରୁଷ ବନ୍ଧୁ ଏହାର ପ୍ରତିବାଦ କରିବାରୁ ଉଠାଦୋକାନୀମାନେ ମିଳିତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୁଲିସ କେତେଜଣ ଉଠାଦୋକାନୀଙ୍କୁ ଥାନାରେ ଅଟକ ରଖି ପରେ ଛାଡି ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଉତକ୍ଷିପ୍ତ ହୋଇ ପୁରୁଷ ବନ୍ଧୁଜଣକ ତାଙ୍କ ସହଯୋଗୀଙ୍କୁ ସାଙ୍ଗରେ ଆଣି ଏଭଳି ଆକ୍ରମଣ କରିଥିବା କୁହାଯାଉଛି।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ