April 19, 2024

Satya News

odia news channel

ଏଣିକି ସବୁ ଜରୁରୀ ସେବା ପାଇବା ପାଇଁ ଗୋଟିଏ ହେଲ୍‌ପ୍‌ଲାଇନ୍‌, ଡାଏଲ୍‌ ୧୧୨

Closeup of male hand dialing a phone number making a business or personal phone call.

 

ଭୁବନେଶ୍ୱର: ସବୁ ଜରୁରୀ ସହାୟତା ପାଇଁ କେବଳ ଗୋଟିଏ ହେଲ୍‌ପ୍‌ଲାଇନ୍ ନମ୍ବର। ଏଣିକି ସାଧାରଣ ଲୋକେ କେବଳ ୧୧୨ ନମ୍ବରକୁ ଫୋନ୍ କରି ସହାୟତା ମାଗି ପାରିବେ କିମ୍ବା ଅଭିଯୋଗ ମଧ୍ୟ ଜଣାଇପାରିବେ।

ଫଳରେ ପୋଲିସ୍‌, ଆମ୍ବୁଲାନ୍ସ, ଦମକଳ, ମହିଳା ହେଲପ୍ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭିନ୍ନ ନମ୍ବରକୁ ଫୋନ୍ କରିବାକୁ ପଡ଼ିବ ନାହିଁ। ଜନସାଧାରଣଙ୍କ ସୁବିଧା ତଥା ତ୍ୱରିତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।ସେହିପରି ପୋଲିସ୍‌, ଆମ୍ବୁଲାନ୍ସ, ଦମକଳ ପାଇଁ ଭିନ୍ନ ଭିନ୍ନ ନମ୍ବରକୁ ଡାଏଲ ଅନାବଶ୍ୟକ। ୧୦୦, ୧୦୧, ୧୦୨, ୧୦୪, ୧୦୮ ଏକୀଭୂତ କରି ଗୋଟିଏ ନମ୍ବର ୧୧୨ କରାଯାଇଛି। ଅନ୍ୟପକ୍ଷେ, ୧୧୨ ସେବା ପାଇଁ ୧,୦୯୮ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି।

Spread the love