
ଭୁବନେଶ୍ବର: ବିପିୟୁଟି ଛାତ୍ର ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରାଉ କରିଛନ୍ତି। ଫାଇନାଲ ସେମିଷ୍ଟାର ପରୀକ୍ଷା କରାଇବା ଦାବିରେ ବିପିୟୁଟି ଛାତ୍ର ଏହି ଘେରାଉ କରିଛନ୍ତି ।
ଘେରାଉ କରିଥିବା ଛାତ୍ରମାନେ କହିଛନ୍ତି, ଅଗଷ୍ଟରେ ହୋଇଥିବା ଅନଲାଇନ ପରୀକ୍ଷାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିଲେ । ସେତେବେଳେ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ବିକଳ୍ପ ବ୍ୟବସ୍ଥା ଭାବେ ଅଫଲାଇନ ପରୀକ୍ଷା କରାଯିବ । ମାତ୍ର ଏ ଯାଏଁ ପରୀକ୍ଷା ହୋଇ ନ ଥିବାରୁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଗି ଓଜେଇଇରେ ଆବେଦନ କରି ଭଲ ରାଙ୍କ ପାଇଥିଲେ ମଧ୍ୟ ଶେଷ ସେମିଷ୍ଟର ପରୀକ୍ଷା ହୋଇ ନ ଥିବାରୁ ଆଡମିସନ୍ କରି ପାରୁନାହାନ୍ତି ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ