April 19, 2024

Satya News

odia news channel

ଲୋକସଭାରେ ବଜେଟ୍‌ ଉପସ୍ଥାପିତ

ନୂଆଦିଲ୍ଲୀ,୧/୨: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ପୂର୍ବାହ୍ଣ ୧୧ଟାବେଳେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ୨ୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାରର ଏହା ପ୍ରଥମ ବଜେଟ୍ ହୋଇଥିବାବେଳେ ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ ଆଗତ ହୋଇଛି। ଲୋକସଭାରେ ଉପସ୍ଥାପିତ ହେବା ପୂର୍ବରୁ ଏହି ବଜେଟ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଥିଲେ। ଅନ୍ୟପକ୍ଷରେ ବାଚସ୍ପତି ଓମ୍‌ ବିର୍ଲା ଲୋକସଭାରେ ଆସନ ଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଅଭିଭାଷଣ ଆରମ୍ଭ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ବଜେଟ୍‌ ଅଭିଭାଷଣ ହୋଇଥିଲାବେଳେ ଆରମ୍ଭରୁ ସେ ଦିବଂଗତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିସହ ବଜେଟ୍‌ ୨୦୨୦ ଦେଶବାସୀଙ୍କ କର୍ମସଂସ୍ଥାନ ସମସ୍ୟା ସମାଧାନ କରିବା ସହ ବାଣିଜ୍ୟକୁ ସମୃଦ୍ଧ କରିବ, ସମସ୍ତ ସଂଖ୍ୟାଲଘୁ, ମହିଳା ଏବଂ ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିବିଶେଷଙ୍କର ଆଶା ପୂରଣ କରିବା ଲକ୍ଷ୍ୟ ରଖିଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

Spread the love