March 29, 2024

Satya News

odia news channel

କଂଗ୍ରେସର ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ ରାଲି

ନୂଆଦିଲ୍ଲୀ,ଭୁବନେଶ୍ୱର,୨୮/୧୨: କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଶନିବାର ଦେଶବ୍ୟାପୀ ପାଳିତ ହୋଇଛି। ଏହି ଅବସରରେ ଏନଆରସି ଓ ଏନପିଆରକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଏବେ ଦେଶରେ ଯେଉଁ ନାଟକ ଚାଲିଛି, ତାହା ନୋଟବନ୍ଦୀ ନମ୍ବର ଟୁ ବୋଲି ସେ କହିଛନ୍ତି। ସୂଚନାନୁଯାୟୀ, ଆଜି ନୂଆଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ କରିବା ସହ ଦେଶବ୍ୟାପୀ ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ ରାଲି ଆୟୋଜନ କରୁଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏକେ ଆଣ୍ଟନି, ଆନନ୍ଦ ଶର୍ମା ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ଭୁବନେଶ୍ୱର ରାଜ୍ୟ କଂଗ୍ରେସ ଭବନ ପରିସରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ, ନରସିଂହ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ରହି ଦଳର ପ୍ରତିଷ୍ଠା ଦିବସ ପାଳନ କରିବା ସହ ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ ରାଲିରେ ସାମିଲ ହୋଇଛନ୍ତି। ଏହି ରାଲି କଂଗ୍ରେସ ଭବନରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯିବକୁ ଧାର୍ଯ୍ୟ ହୋଇଛି। ଏଥିରେ ଏକ ୩୩ ଜଣିଆ ପ୍ରତିନିଧି ଦଳ ନାଗରିକତା ଆଇନ୍ ଏବଂ ଏନଆରସି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିବା ଜଣାପଡ଼ିଛି।

Spread the love