March 27, 2024

Satya News

odia news channel

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୩ ଆହତ

ସୁନ୍ଦରଗଡ଼,୨୨/୧: ସୁନ୍ଦରଗଡ଼ ରାଜଗାଙ୍ଗପୁରର ରାମାବାହାଲଠାରେ ବିଜୁ ଏକ୍ସପ୍ରେସୱେରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ଦ୍ରୁତଗାମୀ କାର୍‌ କାର୍ଯ୍ୟରତ ମହିଳା ଶ୍ରମିକଙ୍କ ଉପରେ ଚଢ଼ିଯାଇ ଏକ ସ୍କର୍ପିଓକୁ ଧକ୍କା ଦେଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ରାସ୍ତା କାମ କରୁଥିବା ମହିଳା ଶ୍ରମିକ ଅଛନ୍ତି। ତେବେ ରାଉରକେଲା ଅଭିମୁଖେ ଯାଉଥିବା କାର୍‌ଟି ଭାରସାମ୍ୟ ହରାଇ ଶ୍ରମିକମାନଙ୍କ ଉପରେ ଚଢ଼ିଯିବା ପରେ ଡିଭାଇଡର୍‌ରେ ଧକ୍କା ଖାଇ ରାସ୍ତାର ଆରପଟ ଲେନ୍‌କୁ ଚାଲିଯାଇଥିଲା। ଉକ୍ତ ଲେନ୍‌ରେ ବିପରୀତ ଦିଗକୁ ଯାଉଥିବା ଗୋଟାଏ ସ୍କର୍ପିଓ ସହ କାର୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ମହିଳା ଶ୍ରମିକଦ୍ବୟଙ୍କର ଘଟଣାସ୍ଥଳରେ ମୃତ୍ଯୁ ଘଟିଥିବାବେଳେ କାର୍‌ ଓ ସ୍କର୍ପିଓରେ ଥିବା ମୋଟ ୫ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲାବେଳେ ଦୁଇ ଜଣକର ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉଭୟଙ୍କର ମୃତ୍ୟୁଘଟିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Spread the love