March 29, 2023

Satya News

odia news channel

ବିଜେପିର ଘର ଘର ସମ୍ପର୍କ ଅଭିଯାନ: ଧର୍ମେନ୍ଦ୍ରଙ୍କୁ ବାରଣାସୀ ଦାୟିତ୍ୱ

ନୂଆଦିଲ୍ଲୀ,୪/୧: ବିଜେପି ଚଳିତମାସ ୫ ତାରିଖରୁ ନାଗରିକତା ଅଧିକାର ସଂଶୋଧନ ଆଇନ୍(ସିଏଏ)କୁ ନେଇ ଘର ଘର ସମ୍ପର୍କ ଅଭିଯାନ ଆରମ୍ଭ କରିବାକୁ ଯାଉଛି। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନମଣ୍ଡଳୀ ବାରଣାସୀର ଦାୟିତ୍ବ ଦିଆଯାଇଛି। ସିଏ ବାରଣାସୀର ବିଭିନ୍ନ ଅଞ୍ଚଳର ଲୋକଙ୍କ ନିକଟକୁ ଯାଇ ସେମାନଙ୍କୁ ଉକ୍ତ ଆଇନ୍ ସମ୍ପର୍କରେ ସଚେତନ କରିବେ। ସୂଚନାନୁଯାୟୀ, ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀଠାରେ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏହାପରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଗାଜିଆବାଦରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌରେ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ନାଗପୁରରେ, ଡି ସଦାନନ୍ଦ ଗୌଡ଼ା ବେଙ୍ଗାଲୁରୁରେ, ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଜୟପୁରରେ, ଥାଓ୍ବର ଚନ୍ଦ ଗେହଲୋତ ରାୟପୁରରେ, ରବିଶଙ୍କର ପ୍ରସାଦ ଫରିଦାବାଦରେ, ପୀୟୂଷ ଗୋୟଲ ମୁମ୍ବାଇରେ ଏବଂ ଅର୍ଜ୍ଜୁନ ମୁଣ୍ଡା ଜାମସେଦପୁରରେ ଏହି ଅଭିଯାନ ଚଳାଇବେ ବୋଲି ଜଣାପଡ଼ିଛି।

Spread the love