ମୁମ୍ବାଇ,୫/୧: କ୍ରିକେଟକୁ ଅଲବିଦା କହିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ। ସବୁ ପ୍ରକାରର କ୍ରିକେଟରୁ ସେ ଅବସର ଗ୍ରହଣ କରିଛନ୍ତି। ଗତ କିଛିବର୍ଷ ଧରି ସେ ପ୍ରଥମ ଶ୍ରେଣୀ କ୍ରିକେଟରୁ ମଧ୍ୟ ଦୂରେଇ ରହିଥିଲେ। ତେବେ ୨୦୦୩ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଇରଫାନ ୨୦୧୨ ଅକ୍ଟୋବରରେ ଭାରତ ପାଇଁ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ସେହିପରି ୨୦୧୯ ଫେବ୍ରୁଆରିରେ ସେ ଜମ୍ମୁ-କଶ୍ମୀର ପାଇଁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳିଥିଲେ। ସୂଚନାଯୋଗ୍ୟ, ଏଥର ଆଇପିଏଲ ନିଲାମି ପାଇଁ ମଧ୍ୟ ସେ ନିଜକୁ ଉପଲବ୍ଧ କରାଇ ନଥିଲେ ।
More Stories
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୫୭ ସଂକ୍ରମିତ ଚିହ୍ନଟ
୨୧ ତାରିଖ ଇଡି ଅଫିସ ଘେରାଉ କରିବ କଂଗ୍ରେସ