April 18, 2024

Satya News

odia news channel

ଜେଏନୟୁଏସୟୁ ସଭାପତି ଆଏଶି ଘୋଷ, ଅନ୍ୟ ୧୯ ଜଣଙ୍କ ବିରୋଧରେ ମାମଲା

ଜେଏନୟୁଏସୟୁ ସଭାପତି ଆଏଶି ଘୋଷଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୭/୧: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି ଛାତ୍ର ସଂସଦ (ଜେଏନୟୁଏସୟୁ) ସଭାପତି ଆଏଶି ଘୋଷ ଓ ଅନ୍ୟ ୧୯ ଜଣଙ୍କ ବିରୋଧରେ ପୋଲିସ ମାମଲା ଦାଏର କରିଛି । ଜେଏନୟୁ ପ୍ରଶାସନର ଅଭିଯୋଗକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କ୍ୟାମ୍ପସରେ ଭଙ୍ଗାରୁଜା ଓ ସିକୁ୍ୟରିଟି ଗାର୍ଡମାନଙ୍କୁ ଆକ୍ରମଣ କରିବା ଅଭିଯୋଗ ସେମାନଙ୍କ ବିରୋଧରେ ରହିଛି । ଇତିମଧ୍ୟରେ ଜେଏନୟୁ ହିଂସା ବିରୋଧୀ ବିକ୍ଷୋଭ ମୁମ୍ବାଇର ଗେଟୱେ ଅଫ ଇଣ୍ଡିଆରୁ ଆଜାଦ ମଇଦାନକୁ ସ୍ଥାନାନ୍ତର ହୋଇଛି । ବିକ୍ଷୋଭକାରୀମାନେ ଗେଟୱେ ଅଫ ଇଣ୍ଡିଆରେ ଦୁଇଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଅଧିକାର କର୍ମୀ, ଛାତ୍ରଛାତ୍ରୀ ଓ ସେଲିବ୍ରିଟିମାନେ ଜେଏନୟୁ ହିଂସାକୁ ନିନ୍ଦା କରିଛନ୍ତି ।

ହାତରେ ଲାଗିଛି ଠୋସ ପ୍ରମାଣ

ଆକ୍ରମଣ ସମ୍ପର୍କରେ ଆମକୁ କେତେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ମାମଲାର ଖୁବ ଶୀଘ୍ର ସମାଧାନ କରିବାକୁ ଆମେ ଉଦ୍ୟମ ଚଳାଇଛୁ । ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ବୋଲି ଦିଲ୍ଲୀ ପୋଲିସର ଲୋକସମ୍ପର୍କ ଅଧିକାରୀ ଏମ.ଏସ. ରନ୍ଧୱା କହିଛନ୍ତି । ମାମଲାର ତଦନ୍ତରେ ବିଳମ୍ବ ନ ହେବ ବୋଲି ଜେସିପିଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଢ଼ାଯାଇଛି । ମାମଲାରେ ଏଫଆଇଆର ଦାଏର ହୋଇସାରିଲାଣି ଓ ଲଗାତର ଫୁଟେଜ ଏକତ୍ରିତ କରାଯାଉଛି । ରନ୍ଧୱାଙ୍କ ଅନୁସାରେ ପ୍ରାୟ ୩୪ ବ୍ୟକ୍ତି ଏହି ହିଂସାରେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ରବିବାର ସନ୍ଧ୍ୟାରେ ମୁଖାପିନ୍ଧା ୪୦ରୁ ୫୦ ଠେଙ୍ଗା, ଲୁହାରଡ ଧାରୀ ଦୁର୍ବୃତ୍ତ ଜେଏନୟୁରେ ଆକ୍ରମଣ କରିଦେଇଥିଲେ । ଏଥିରେ ୩୪ରୁ ଅଧିକ ଛାତ୍ର ଓ ଶିକ୍ଷକ ଆହତ ହୋଇଛନ୍ତି । ଛାତ୍ର ସଂସଦ ସଭାପତି ଆଏଶି ଘୋଷ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଏହି ଘଟଣାରେ ଦିଲ୍ଲୀ ପୋଲିସ ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

 

Spread the love