
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ହାଟୁଆରି ଗାଁରେ ଗତ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଚାରି ବଖରା ଘର ସମ୍ପୂର୍ଣ୍ଣ ଜଳି ଭସ୍ମୀଭୂତ ହୋଇଯାଇଛି । ଗାଁର ଦଳେଇ ନାଏକଙ୍କ ପରିବାର ରାତିରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଥିଲା ଯେ ଦଳେଇଙ୍କ ପରିବାର ଲୋକେ ପିନ୍ଧା ବସ୍ତ୍ର ବ୍ୟତୀତ ଅନ୍ୟ କିଛି ଉଦ୍ଧାର କରି ପାରି ନ ଥିଲେ ।
ଅଗ୍ନିକାଣ୍ଡରେ ଧାନ, ଚାଉଳ ସହ ଘରର ସମସ୍ତ ଆସବାବପତ୍ର ଜାଳି ପୋଡି ଛାରଖାର ହୋଇ ଯାଇଛି । ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏ ସମୟରେ ଦଳେଇଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ଓ ସହଯୋଗ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ