March 28, 2024

Satya News

odia news channel

ଚୀନ୍‌ରେ କରୋନା ମୃତ୍ୟୁସଂଖ୍ୟା ୯୧୦କୁ ବୃଦ୍ଧି

ବେଜିଂ,୧୧/୨: ଚୀନ୍‌ରେ କରୋନା ଭାଇରସ୍‌ର ସଂକ୍ରମଣ ଯୋଗୁଁ ଗୋଟିଏ ଦିନରେ ୯୭ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୯୧୦ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ଏହି ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଟପିଛି। ଏଥିସହ ୨୦୦୩ ସାର୍ସ ପୀଡ଼ିତଙ୍କ ମୃତ୍ୟୁସଂଖ୍ୟାକୁ ଟପିଯାଇଛି କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା। ଚୀନ୍ ସରକାର ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ କରୋନା ଚିକିତ୍ସା କେନ୍ଦ୍ରକୁ ଯାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଉଦ୍‌ବେଗର କାରଣ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନ ପକ୍ଷରୁ କୁହାଯାଇଛି, ଦେଶର ୩୧ଟି ପ୍ରଦେଶରେ କରୋନ ସଂକ୍ରମଣ ବଢ଼ିବାରେ ଲାଗିଛି। ସବୁଠୁ ଅଧିକ ପ୍ରଭାବିତ ହୁବେଇ ପ୍ରଦେଶରେ ରବିବାର ଆହୁରି ୯୧ ଜଣ ସଂକ୍ରମିତ ରୋଗୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ୨୯୬ ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ରୋଗ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସହରରେ ଯାତାୟାତ କ୍ଷେତ୍ରରେ କଟକଣା ଲାଗୁ କରିଛନ୍ତି।

Spread the love