March 28, 2024

Satya News

odia news channel

ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

 

ଭୁବନେଶ୍ୱର: ଖରିଫ ଧାନ କିଣାବିକା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଥିପାଇଁ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖରିଫ ଧାନ କ୍ରୟ ଏବଂ ତଦାରଖ ପାଇଁ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଖାଦ୍ୟ ଓ ସମବାୟ ବିଭାଗର ୧୨ ଅଧିକାରୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି।  ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କ ଠାରୁ ଧାନ କ୍ରୟକୁ ସ୍ୱଚ୍ଛ , ସୁବ୍ୟବସ୍ଥିତ ଓ ସୁରୁଖୁରୁରେ ସମ୍ପନ୍ନ କରିବାକୁ ଏହି ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏହି ଅଧିକାରୀମାନେ ପ୍ରତିଦିନ ଧାନ ସଂଗ୍ରହ କାର୍ଯ୍ୟକୁ ତଦାରଖ କରିବେ। ଏହାସହ ଦାୟିତ୍ୱରେ ଥିବା ଜିଲ୍ଲା ଗୁଡିକୁ ନିୟମିତ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦାୟିତ୍ୱରେ ଥିବା ଅଧିକାରୀ ଚାଷୀ, ପାକ୍ସର କର୍ମକର୍ତ୍ତା, ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଭେଟି ସେମାନଙ୍କ ସମସ୍ୟା ବୁଝିବେ । ଏହାସହ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

Spread the love