
ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ତଳକୁ ଖସିଲା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୫୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟିନ କେସ ୩୧୭ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ରହିଛି ୨୩୩ ।
ରାଜ୍ୟରେ ଆଜି କରୋନା ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ଆଖି ବୁଜିଛନ୍ତି ୧୨ଜଣ କରୋନା ରୋଗୀ ଆଖି ବୁଜିଛନ୍ତି।
ଆଜି ଅନଗୁଳରେ ସର୍ବାଧିକ ୫୩ ଜଣ ଆକ୍ରାନ୍ତ ଥିବାବେଳେ ଅନ୍ୟ ୨୮ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ତଳକୁ ରହିଛି। ଖୋର୍ଦ୍ଧାରେ ରୋଗୀ ସଂଖ୍ୟା ୪୯ ଥିବାବେଳେ କଟକରେ ୩୫, ମୟୂଭଞ୍ଜରେ ୪୦, ସୁନ୍ଦରଗଡରେ ୪୭ ଏବଂ ସମ୍ବଲପୁରରେ ୩୭ ରହିଛି।
ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୭୮୯ଥିବାବେଳେ ଆକ୍ଟିଭ କେସ ରହିଛି ୬୨୫୯। ସେହିପରି ସୁସ୍ଥ ହୋଇ ଫେରିଛନ୍ତି ୬୨୫୯।
ସେହିପରି ସୁନ୍ଦରଗଡରେ ସର୍ବାଧିକ ୪ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଭୁବନେଶ୍ୱରରେ ୩ ଓ ଅନଗୁଳରେ ୨ ଜଣ ଆଖି ବୁଜିଛନ୍ତି। ସେହିପରି ବାଲେଶ୍ୱର, ଢେଙ୍କାନାଳ, ଯାଜପୁରରେ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ ସଂଖ୍ୟା ୧,୭୩୦ ଛୁଇଁଛି
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ