
ନୂଆଦିଲ୍ଲୀ: ବେଆଇନ ଖଣି ଖନନ ଏବଂ ‘ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡ୍ସ୍ ଲିମିଟେଡ୍’ର କୁନୁସ୍ତୋରିଆ ଏବଂ କାଜୋରିଆ କୋଇଲା କ୍ଷେତ୍ର ଅଞ୍ଚଳରୁ କୋଇଲା ଚୋରି ଘଟଣାରେ ଶନିବାର ଦିନ ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ (ସିବିଆଇ) ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ବିହାର ଆଦି ଚାରିଟି ରାଜ୍ୟର ୪୫ଟି ସ୍ଥାନରେ ଚଢ଼ାଉ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
‘ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡ୍ସ୍ ଲିମିଟେଡ୍’ର ଦୁଇ ଜଣ ବରିଷ୍ଠ କର୍ମଚାରୀ, ରେଳବାଇର କେତେକ ଅଜ୍ଞାତ କର୍ମଚାରୀ ଏବଂ ଅନ୍ୟମାନଙ୍କ ବିରୋଧରେ ଶୁକ୍ରବାର ଦିନ ଅନିୟମିତତା ଅଭିଯୋଗ କରି ‘ଏଫ୍ଆଇଆର୍’ ଦାଏର କରାଯିବା ପରେ ଆଜି ତଲାସ ଅଭିଯାନ ଆରମ୍ଭ ହୋଇଛି। ‘ସିବିଆଇ’ ଟିମ୍ ବର୍ତ୍ତମାନ କେତେକ ଅଭିଯୁକ୍ତଙ୍କ ଘର ଏବଂ କମ୍ପାନିରେ ତଲାସ ଚଳାଇଛି।
ପଶ୍ଚିମବଙ୍ଗର ଅନୁପ ହେଉଛନ୍ତି ଏହି ଅନୈତିକ ଅଭିଯାନର ‘କିଙ୍ଗ୍ପିନ୍’। ସମ୍ପ୍ରତି ଆସାନସୋଲେ ରହୁଥିବା ଶ୍ରୀ ମାଝୀ ଏବଂ ତାଙ୍କ ସହଯୋଗୀମାନଙ୍କ ଘର ଓ କାର୍ଯ୍ୟାଳୟ ତଲାସ ଚାଲିଛି।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ