March 29, 2024

Satya News

odia news channel

କୃଷି ଆଇନ ପ୍ରତ୍ୟାହାର ଦାବି କରି କଟକରେ ‘ଗୁରୁ ନାନକ ଦାଟନ ସାହିବ’ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା

 

କଟକ: କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବି କରି ରବିବାର ସକାଳେ ଶିଖରପୁର ‘ଗୁରୁ ନାନକ ଦାଟନ ସାହିବ’ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।

ବିନା ଆଲୋଚନାରେ କେନ୍ଦ୍ର ସରକାର ଏହି କୃଷି ଆଇନ ପ୍ରଣୟନ କରିଥିବାରୁ ଦେଶର କୃଷକମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। ପରିସ୍ଥିତି ଏପରି ହୋଇଛି ଯେ, ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ କୃଷକ ପରିବାର ଛାଡ଼ି ଭୋକ ଉପାସରେ ଦିଲ୍ଲୀ ସୀମାନ୍ତରେ ଶୀତ କାକରରେ ପଡ଼ିରହିଛନ୍ତି। ନୂତନ କୃଷି ଆଇନର ତିନୋଟି ଧାରାକୁ ପ୍ରତ୍ୟାହାର ପାଇଁ ସେମାନେ ଅଡ଼ି ବସିଛନ୍ତି। କିନ୍ତୁ, କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିବାକୁ ନାରାଜ।

ଏହି ପରିପ୍ରେକ୍ଷୀରେ କୃଷମାନଙ୍କୁ ସମର୍ଥନ କରି ରବିବାର ସକାଳେ କଟକ ଶିଖରପୁରସ୍ଥିତ ଗୁରୁଦ୍ୱାର ଗୁରୁ ନାନକ ଦାଟନ ସାହିବ କମିଟିର ସଭାପତି ଏସ୍ ଜଗରାଜ ସିଂହଙ୍କ ନେତୃତ୍ୱରେ ଏକ ବିରାଟ ବିକ୍ଷୋଭ ପଟୁଆର ଗୁରୁଦ୍ୱାର ଠାରୁ ବାହାରି ସହରର ବିଭିନ୍ନ ଗଳି ମଧ୍ୟ ଦେଇ ସଭା ମଣ୍ଡପକୁ ଫେରିଥିଲା । କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନିଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ସେମାନେ ଏକ ଦାବିପତ୍ର ପଠାଇଛନ୍ତି।

ଏହି ବିକ୍ଷୋଭ ପଟୁଆରରେ ସମ୍ପାଦକ ତ୍ରିଲୋଚନ ସିଂ, ପରାମର୍ଶଦାତା କମିଟି ସଭ୍ୟ ଏସ୍ ପ୍ୟାରା ସିଂହ, ଏସ୍ ଅବତାର ସିଂହ, ଏସ୍ ଗୁରୁଚରଣ ସିଂହ, ଏସ୍ ଶୁକଦେବ ସିଂହ, ଶିଖରପୁର ସାହି ମୁରବି ତଥା ରାଜ୍ୟ ଟ୍ରକ୍ ଆସୋସିଏନ୍ ସଭାପତି ଶରତ ପ୍ରଧାନ, ସଭାପତି ଜୟନ୍ତ ପ୍ରଧାନ, ସମ୍ପାଦକ ବିଷ୍ଣୁ ଚରଣ ନାୟକ, ଯୁଗ୍ମ ସମ୍ପାଦକ ଲକ୍ଷ୍ମୀଧର ମହାନ୍ତି, ସାହି ଅଧିକାରୀ ବାବୁଲା ରାଉତଙ୍କ ସମେତ ପୂଜା କମିଟି ସଦସ୍ୟମାନେ ସାମିଲ ହୋଇଥିଲେ।

Spread the love