November 30, 2023

Satya News

odia news channel

ଶ୍ରମିକ ଜିତିଲେ ୧୨ କୋଟିର ଲଟେରି

କନ୍ନୁର,୧୨/୨: ଫେବ୍ରୁଆରି ୧୦ ତାରିଖରେ ଅନୁଷ୍ଠିତ ‘କେରଳ ନିୟୁ ଇୟର୍‌-କ୍ରିସ୍‌ମାସ୍‌ ବମ୍ପର୍‌’ ଲଟେରି ଉଠାଣରେ ୧୨ କୋଟି ଟଙ୍କାର ପ୍ରଥମ ପୁରସ୍କାର ଜିଣିଛନ୍ତି କେରଳର କନ୍ନୁର ଜିଲ୍ଲାର ଜଣେ ଶ୍ରମିକ। ଶ୍ରମିକଜଣକ ହେଉଛନ୍ତି ତୋଲାମ୍ବରସ୍ଥିତ ପୁରଲିମାଲା କୌତାଚଳ କୁରିଚିଆ କଲୋନିର ୫୮ ବର୍ଷିୟ ପେରୁନ୍ନୋନ୍‌ ରାଜନ। ଟିକସ୍‌ କଟିଯିବା ପରେ ତାଙ୍କୁ ୭. ୨ କୋଟି ଟଙ୍କା ମିଳିବ ବୋଲି ଜଣାପଡ଼ିଛି। ଦିନ ମଜୁରିଆ ଭାବେ ଏଣୁତେଣୁ କାମ କରି ବହୁ କଷ୍ଟରେ ଗୁଜୁରାଣ ମେଣ୍ଟାଥିବା ରାଜନ ଦିନେ ନା ଦିନେ ଲଟେରି ଉଠିବ ବୋଲି ଆାଶା ରଖି ଲଟେରି ଟିକେଟ କିଣୁଥିଲେ। ଶେଷରେ ତାଙ୍କ ଆଶା ବାସ୍ତବତାରେ ପରିଣତ ହୋଇଛି। ଏତେ ପରିମାଣର ଅର୍ଥ ଜିତିବେ ବୋଲି କେବେ କଳ୍ପନା କରି ନଥିଲେ ବୋଲି ଲଟେରି ଉଠିବା ପରେ ସେ କହିଛନ୍ତି। ଏଥିସହ ଏତେ ପରିମାଣର ଅର୍ଥକୁ କିପରି ବିନିଯୋଗ କରିବେ ତାହା ମଧ୍ୟ ରାଜନ ସ୍ଥିର କରିନାହାନ୍ତି। ଉକ୍ତ ଟଙ୍କାରେ ଧାରଉଧାର ଶୁଝିବା ପରେ ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଥିବା ଲୋକଙ୍କ ସହାୟତା ପାଇଁ କିଛି କରିବେ ବୋଲି ସେ ମନସ୍ଥ କରିଛନ୍ତି।

Spread the love