
ଭୁବନେଶ୍ୱର : ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ପୁଣି ଲେ।କାୟୁକ୍ତରେ ହାଜର ହେଲେ IAS ହେମନ୍ତ ଶର୍ମା । ତେବେ କେବଳ ହେମନ୍ତ ନୁହେଁ ବରଂ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ମଧ୍ୟ ହାଜର ହୋଇଛନ୍ତି । ଆଜି ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗ ମାମଲାର ଚୂଡ଼ାନ୍ତ ଶୁଣାଣି ହେବାର ସମ୍ଭାବନା ଅଛି । IAS ହେମନ୍ତ ଶର୍ମା ପ୍ରାକ୍ତନ କ୍ରୟ କମିଟିର ମୁଖ୍ୟ ଥିଲେ । ଉଭୟ ଅଧିକାରୀ ପୂର୍ବରୁ ମଧ୍ୟ ଲେ।କାୟୁକ୍ତରେ ହାଜର ହୋଇଥିଲେ ।
ପିପିଇ କିଟ୍ ଦୁର୍ନୀତି ନେଇ ସୁଦର୍ଶନ ଦାସ ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଥିଲା । ଏପରିକି ଲେ।କାୟୁକ୍ତ, ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କରିଥିଲେ ଏବଂ ତଥ୍ୟ ମାଗିଥିଲେ । ଗତ ଶୁଣାଣି ସମୟରେ ସଠିକ୍ ତଥ୍ୟ ନମିଳିବାରୁ ଲେ।କାୟୁକ୍ତ କ୍ଷୋଭ ପ୍ରକାଶ ମଧ୍ୟ କରିଥିଲେ । ତେବେ ଉଭୟ ଆଜି ହାଜର ହେବା ପରେ ଲେ।କାୟୁକ୍ତ କି ରାୟ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ