April 25, 2024

Satya News

odia news channel

ମାଗଣାରେ ମାଟ୍ରିକ୍‌ ପିଲାଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’

 

ଭୁବନେଶ୍ୱର: କୋଭିଡ୍‌ କଟକଣା ପାଇଁ ଦୀର୍ଘମାସ ହେବ ସ୍କୁଲ ଛୁଟି଼ ରହିଥିଲା। ଏବେ ସ୍କୁଲ୍‌ ଖୋଲିବା ପରେ ପାଠପଢ଼ା ଚାଲିଛି। ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତିତ ଥିବାବେଳେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ଖବର। ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କୁ ଏକ ୭୦୦ ପୃଷ୍ଠାର ବହି ‘ପରୀକ୍ଷା ଦର୍ପଣ’ ଦିଆଯିବ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

କୋଭିଡ୍‌ କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ରାଜ୍ୟରେ ଜାନୁଆରୀ ୮ରୁ ସ୍କୁଲ୍ ଖୋଲିଥିଲା। ତେବେ ରବିବାରରେ ବି ସ୍କୁଲ୍‌ରେ ଚାଲିଛି ପାଠପଢ଼ା। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ସ୍କୁଲ୍‌ ଖୋଲିଛି। ପ୍ରତି କ୍ଲାସ୍‌ ରୁମ୍‌ରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସୁଥିବା ବେଳେ କ୍ଲାସ୍‌ ଗୁଡ଼ିକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଛି। ଭିଡ଼ ଏଡାଇବା ଲାଗି ଖାଇବା ଛୁଟି ବି ପର୍ଯ୍ୟାୟ କ୍ରମେ କରାଯାଇଛି। ଏପ୍ରିଲ୍ ୨୮ ଯାଏ ୧୦୦ ଦିନ ପାଠପଢ଼ା ହେବ। ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ୍‌ ଓ୍ୱାଶ୍‌ ମହଜୁଦ ରଖାଯାଇ ଥିବାବେଳେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ସ୍କୁଲ୍‌ ଭିତରକୁ ପ୍ରବେଶ ଅନୁମତି ମିଳୁଥିବା ଦେଖିବାକୁ ମିଳିଛି।

Spread the love