March 29, 2024

Satya News

odia news channel

ମହଙ୍ଗା ପଡ଼ିଲା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ : ୨ ଆକାଉଣ୍ଟାଣ୍ଟ‌ ଗିରଫ

 

ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୁଇ ଜୁନିୟର ଆକାଉଣ୍ଟାଣ୍ଟଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଆକାଉଣ୍ଟାଣ୍ଟ ଦ୍ବୟ ହେ‌ଲେ ଖୋର୍ଦ୍ଧାଜିଲ୍ଲା ବାଲୁଗାଁ ସ୍ଥିତ ଚିଲିକା ବନ୍ୟପ୍ରାଣୀ ମଣ୍ଡଳ ଡିଏଫ୍‌ଓଙ୍କ କାର୍ଯ୍ୟାଳୟର ଜୁନିଅର୍‌ ଆକାଉଣ୍ଟାଣ୍ଟ୍‌ ନବୀନ ଚନ୍ଦ୍ର ବିଷୋୟୀ ଏବଂ ବ୍ରହ୍ମପୁର ଡିଏଫ୍‌ଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୂର୍ଯ୍ୟନାରାୟଣ ତ୍ରିପାଠୀ। ଶ୍ରୀ ବିଷୋୟୀଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ପରିମାଣ ୯୨ଲକ୍ଷ ୫୩ ହଜାର ୨୭୯ଟଙ୍କା ହୋଇଥିବା ଶ୍ରୀ ତ୍ରିପାଠୀଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ପରିମାଣ ୪୦ଲକ୍ଷ ୭୭ହଜାର ୩୯୦ ବୋଲି ବ୍ରହ୍ମପୁର ଡିଭିଜନ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ବିଷୋୟୀ ଚିଲିକା ବନ୍ୟପ୍ରାଣୀ ମଣ୍ଡଳରେ ୧୯୭୯ ମସିହାରେ କନିଷ୍ଠ କିରାଣୀ ଭାବେ ଚାକିରିରେ ଯୋଗ ଦେଇଥିଲେ। ବର୍ତ୍ତମାନ କନିଷ୍ଠ ଆକଉଣ୍ଟାଣ୍ଟ୍‌ ଭାବେ କାର୍ଯ୍ୟରତ। ଗତକାଲି ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା ବ୍ରହ୍ମପୁର ନୀଳାଞ୍ଚଳ ନଗର ତୃତୀୟ ଲେନ୍‌ ନୀଳାଚଳରେ ଥିବା ତାଙ୍କ ୩ ମହଲା ବାସଭବନ, ଅଫିସ୍‌ ଚାମ୍ବର ଓ ଚିଲିକାରେ ଥିବା ତାଙ୍କ ଫରେଷ୍ଟ ରେଷ୍ଟ୍‌ ହାଉସ୍‌ରେ ଭିଜିଲାନ୍ସ ଚଢ଼ଉ କରିଥିଲା। ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୬ଲକ୍ଷ ୩୬ହଜାର ୨୫୦ଟଙ୍କା। ତାଙ୍କର ଆୟ ୭୪ଲକ୍ଷ ୬୩ହଜାର ୬୭୭ଟଙ୍କା ହୋଇଥିବା ବେଳେ ବ୍ୟୟ ୬୦ଲକ୍ଷ ୬୦ହଜାର ୭୦୬ ଟଙ୍କା। ତାଙ୍କ ଆୟ ବର୍ହିଃଭୂତ ସମ୍ପତ୍ତି ପରିମାଣ ୯୨ଲକ୍ଷ ୫୩ହଜାର ୨୭୯ଟଙ୍କା।

Spread the love