April 25, 2024

Satya News

odia news channel

ଶୀତରେ ଚାଲିଗଲେ ‘ଶୀତ ରାତି’ର ନିର୍ମାତା

ଅପୂରଣୀୟ କ୍ଷତି: ମନମୋହନ ମହାପାତ୍ର ଆଉନାହାନ୍ତି

ଭୁବନେଶ୍ୱର: ଖ୍ୟାତନାମା ଓଡିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ର ଆଉନାହାନ୍ତି। ୬୯ ବର୍ଷ ବୟସରେ ସେ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। “ଭିଜା ମାଟିର ସ୍ୱର୍ଗ” ପାଇଁ ନିକଟରେ ମନମୋହନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ପ୍ରଦାନ କରାଯାଇଥିଲା। “ନୀରବ ଝଡ଼” ଲାଗି ଜାତୀୟ ପୁରସ୍କାର ଲାଭ କରିଥିବା ମନମୋହନଙ୍କୁ ଲଗାତର ୮ଥର ଜାତୀୟ ପୁରସ୍କାର ମିଳିଥିଲା। “ଶୀତ ରାତି”, “କ୍ଳାନ୍ତ ଅପରାହ୍ନ” ଆଦି ବହୁଚର୍ଚ୍ଚିତ ଓ ପ୍ରସିଦ୍ଧ ଚଳଚ୍ଚିତ୍ର ସେ ଭେଟି ଦେଇଥିଲେ ସିନେପ୍ରେମୀଙ୍କୁ । ମନମୋହନଙ୍କ ପ୍ରଥମ କୃତି “ଶୀତରାତି” ୧୯୭୬ରେ ପ୍ରସ୍ତୁତ ହୋଇଥିଲା ଏବଂ ପ୍ରଥମ ଓଡିଆ ଚିତ୍ର ଭାବେ ୧୯୮୨ରେ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା।
କେବଳ ୧୯୮୫ ଏବଂ ୧୯୯୧ କୁ ଛାଡ଼ି ବାକି ୧୯୮୧ ରୁ ୧୯୯୨ ପର୍ଯ୍ୟନ୍ତ ୮ ଥର ସେ ଜାତୀୟ ପୁରସ୍କାର ଲାଭ କରିଥିଲେ।
୧୯୫୧ ରେ ଜନ୍ମିତ ଏହି ମହାନ ବ୍ୟକ୍ତିତ୍ୱଙ୍କ ପରଲୋକରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।ମନମୋହନଙ୍କ ବିୟୋଗ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତ ଦେଇଛନ୍ତି।

Spread the love