March 22, 2023

Satya News

odia news channel

ମାତିଲେ ମାଓବାଦୀ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

କନ୍ଧମାଳ,୩/୧: କନ୍ଧମାଳରେ ପୁଣି ତାଣ୍ଡବ ରଚିଛନ୍ତି ମାଓବାଦୀ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗୁରୁବାର ବିଳମ୍ବିତ ରାତିରେ ସେମାନେ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ କ. ନୂଆଗାଁ ଥାନା ଅନ୍ତର୍ଗତ ବୁଡ୍ରୁମାହା ଗାଁ’ର ରଞ୍ଜନ ଦିଗାଲ। ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ୯ଟାରେ ୬ରୁ ୭ ଜଣ ମାଓବାଦୀ ରଞ୍ଜନଙ୍କ ବୁଡ୍ରୁମାହାସ୍ଥିତ ଘରକୁ ଆସି ତାଙ୍କୁ ଡାକିଥିଲେ। ସେ କବାଟ ନଖୋଲିବାରୁ ମାଓବାଦୀମାନେ କବାଟ ଭାଙ୍ଗି ଘର ଭିତରେ ପଶିବା ସହ ତାଙ୍କୁ ଗୁଳି କରିଥିଲେ। ପରେ ମୃତଦେହକୁ ଗାଁ ସ୍କୁଲ ନିକଟରେ ଫିଙ୍ଗି ଦେବାସହ ସେଠାରେ ଏକାଧିକ ପୋଷ୍ଟର ଛାଡ଼ି ଯାଇଥିଲେ। ଉକ୍ତ ପୋଷ୍ଟରରେ ସିପିଆଇ ନକ୍ସଲ କେକେବିଏନ୍ ଡିଭିଜନାଲ କମିଟି ପକ୍ଷରୁ ରଞ୍ଜନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଲେଖା ହୋଇଥିଲା। ତେବେ ପୂର୍ବରୁ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଏ ନେଇ ଚେତାବନୀ ଦେଇଥିଲେ। ୨୦୧୯ ଜାନୁଆରୀ ୧୧ ତାରିଖରେ କେକେବିଏନ୍ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ଜାରି କରାଯାଇଥିଲା।

Spread the love