
ମାସକରେ ୧୨୦୭ ଫ୍ରଡ୍ କଲ୍
ସାଇବର ଠକେଇ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ
ରାଜ୍ୟରେ ମୋଟ ଠକେଇ ହୋଇଛି ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା
ଭୁବନେଶ୍ୱରରେ ୩୬୮ଟି ଫ୍ରଡ୍ କଲ୍ ଦ୍ୱାରା ଅଧ କୋଟି ଟଙ୍କା ଲୁଟ୍
ଆହୁରି ୭ ଲକ୍ଷ ୧୯ ହଜାର ଟଙ୍କା ବ୍ଲକ ହୋଇ ରହିଛି
ଭୁବନେଶ୍ୱର: ସାଇବର ଠକେଇ ନେଇ ଟ୍ୱିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏକ ପ୍ରେସମିଟ୍ କରିଛନ୍ତି। ସାଇବର ହେଲ୍ପ ଡେସ୍କକୁ ମାସେ ପୂରିଥିବା ବେଳେ ଏହି ମାସେ ଭିତରେ ୧୨ ଶହ ୭ଟି ଫ୍ରଡ୍ କଲ୍ ଆସିଥିବା କଥା ସୂଚନା ଦେଇଛନ୍ତି। ରାଜ୍ୟରେ ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଛି। ଏହା ଭିତରୁ ଭୁବନେଶ୍ୱରରେ ୩୬୮ଟି ଫ୍ରଡ୍ କଲ୍ ଦ୍ୱାରା ୫୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସିପି କହିଛନ୍ତି। ଆହୁରି ୭ ଲକ୍ଷ ୧୯ ହଜାର ଟଙ୍କା ବ୍ଲକ ହୋଇ ରହିଛି। ତେବେ ଫ୍ରଡ କଲ୍ ଆସୁଥିବା ୨୩୯ଟି ସିମକୁ ବ୍ଲକ କରି ଦିଆଯାଇଛି ବୋଲି ସିପି ସୂଚନା ଦେଇଛନ୍ତି। ସମସ୍ତ ଠକେଇ କଲ୍ ଓଡ଼ିଶା ବାହାରୁ ଆସୁଥିବା ସେ କହିଛନ୍ତି।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ