March 24, 2023

Satya News

odia news channel

ମେ ୩ ଓ ୪ରେ ଦିନ ୨ଟା ପରେ ବନ୍ଦ ହେବନି ଦୋକାନ

ନିଷ୍ପତ୍ତି ବଦଳାଇଲା ସଂଘ

ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା ହୋଇଛି। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ ଯାଏ ଏହି ଲକଡାଉନ୍ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ।

ଲକଡାଉନ ବେଳେ କେବଳ ଚାଲି ଚାଲି ପରିବା ପାଇଁ ଯାଇହେବ। ଘର ଠାରୁ ୫ଶହ ମିଟର ଦୂର ଯାଏ ଚାଲି ଚାଲି ପରିବା ଆଣିହେବ। ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲି ଚାଲି ଆଣିହେବ ପରିବା। ସ୍ୱାସ୍ଥ୍ୟସେବା ଓ ଅନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।

ଏଠାରେ କହିରଖୁଛୁ,  ଲୁହା ଛଡ଼, ସିମେଣ୍ଟ, ବହି ଦୋକାନ ଖୋଲା ରହିବ। ଇଲେକ୍ଟ୍ରିସିଆନ, ପାଣିପାଇପ ମିସ୍ତ୍ରୀ କାମ କରିବାକୁ ଯାଇପାରିବେ।କାଠ କାରିଗର, ଆଇଟି ମେକାନିକ, ଗାଡ଼ି ମେକାନିକ୍ ଯାଇପାରିବେ। ସକାଳ ୫ରୁ ୮ଟା ଯାଏଁ ଖବରକାଗଜ ବିତରଣ କରିପାରିବେ ହକର।

ତେବେ ଆଜି ରାଜ୍ୟରେ,  ରାଜ୍ୟରେ ଆଜି ପୁଣି ୮ହଜାର ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଠ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Spread the love