ଭୁବନେଶ୍ବର,୬/୧: ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ ସିନେ ଜଗତର ପୁରୁଖା ଅଭିନେତ୍ରୀ ମିନତି ମିଶ୍ରଙ୍କର ସୁଇଜରଲାଣ୍ଡରେ ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ୧୯୨୯ ମସିହାରେ କଟକରେ ଜନ୍ମିତ ଏହି ପ୍ରତିଭା ୫ଟି ଓଡ଼ିଆ ଏବଂ ଗୋଟିଏ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’, ‘ଜୀବନସାଥୀ’, ‘ସାଧନା’, ‘ଭାଇଭାଉଜ’ ଓ ‘ଅରୁନ୍ଧତୀ’ରେ ଏବଂ ବଙ୍ଗଳା ଚଳଚ୍ଚିତ୍ର ‘ନିର୍ଜନ ସୈକତେ’ରେ ସେ ତାଙ୍କ ଅଭିନୟ ପରାକାଷ୍ଠା ଦେଖାଇଥିଲେ। ୧୯୬୪ରୁ ୧୯୮୯ ମସିହା ପର୍ଯ୍ୟନ୍ତ ସେ ଭୁବନେଶ୍ବରସ୍ଥିତ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଥିଲେ। ତେବେ ୨୦୧୨ ମସିହାରେ ତାଙ୍କୁ ଭାରତ ସରକାର ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲେ।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ