March 29, 2024

Satya News

odia news channel

‘ମୁମ୍ବାଇ ସାଗା’ର ନୂଆ ପୋଷ୍ଟର ଆସୁ ଆସୁ ସୋସିଆଲ ମିଡିଆରେ ବଢ଼ିଗଲା ଡିମାଣ୍ଡ

‘ମୁମ୍ବାଇ ସାଗା’ର ନୂଆ ପୋଷ୍ଟର 
ଆସୁ ଆସୁ ସୋସିଆଲ ମିଡିଆରେ ବଢ଼ିଗଲା ଡିମାଣ୍ଡ


ପୋଷ୍ଟରରେ ଜନ ଆବ୍ରାହମଙ୍କ ବସିବା ଷ୍ଟାଇଲରୁ ନେଇ ତାଙ୍କର ଦେଖିବା ଅନ୍ଦାଜ ଯାଏ ସବୁ କିଛି ସୋସିଆଲ ମିଡିଆରେ ଲୋକଙ୍କୁ ପ୍ରଭାବିତ କରୁଛି । ଫିଲ୍ମ ‘ମୁମ୍ବାଇ ସାଗା’ ଆସନ୍ତା ଜୁନ ୧୯ରେ ପ୍ରେକ୍ଷାଳୟଗୁଡ଼ିକରେ ରିଲିଜ ହେବ ।

ନୂଆଦିଲ୍ଲୀ, ୧୩ ।୧: ସଞ୍ଜୟ ଗୁପ୍ତାଙ୍କ ନିର୍ଦେଶିତ ଫିଲ୍ମ ‘ମୁମ୍ବାଇ ସାଗା’ର ନୂଆ ପୋଷ୍ଟର ରିଲିଜ ହୋଇଛି । ଏହି ପୋଷ୍ଟର ଜରିଆରେ ଜନ ଆବ୍ରାହମଙ୍କ ଲୁକ ଉପରୁ ପରଦା ହଟାଯାଇଛି । ପୋଷ୍ଟରକୁ ଦମଦାର ବୋଲି ମନେକରାଯିବାର କାରଣ ହେଉଛି ଏଥିରେ ଜନ ଆବ୍ରାହମ ଏକ ଭିନ୍ନ ଅବତାରରେ ନଜରକୁ ଆସୁଛନ୍ତି । ତାଙ୍କ ବସିବା ଷ୍ଟାଇଲରୁ ନେଇ ଚାହାଣୀ ଶୈଳୀ ସବୁ କିଛି ସୋସିଆଲ ମିଡିଆରେ ଲୋକଙ୍କ ମନ କିଣିନେଉଛି । ଜନଙ୍କ ମଥାରେ ଲାଗିଥିବା ତିଳକ ତାଙ୍କ ଲୁକକୁ ଇନଷ୍ଟାଣ୍ଟ ବନାଇଦେଉଛି । ସାମ୍ନାକୁ ଆସିବା ମାତ୍ରେ ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ପୋଷ୍ଟର ଦେଖିବା ପରେ ଲୋକେ ଟୁଇଟରରେ ଡିମାଣ୍ଡ କରିବାରେ ଲାଗିଛନ୍ତି ଯେ ଏଭଳି ଏକ ପୋଷ୍ଟର ଆସିବା ଦରକାର ଯେଉଁଥିରେ ଜନ ଓ ଇମ୍ରାନ ହାସମୀ ଏକସଙ୍ଗେ ଥିବେ । ଏହି ଫିଲ୍ମ ଜରିଆରେ ନିର୍ଦେଶକ ସଞ୍ଜୟ ଗୁପ୍ତା ପୁଣିଥରେ ୧୯୮୦-୯୦ ଦଶକରେ ମୁମ୍ବାଇରେ ଚାଲିଥିବା ଗ୍ୟାଙ୍ଗୱାର କାହାଣୀ ପରଦାକୁ ନେଇ ଆସୁଛନ୍ତି । ବଡ଼ କଥା ହେଉଛି ଏଥିରେ କେବଳ ଜନ ଓ ଇମ୍ରାନ ନୁହନ୍ତି, ବରଂ ସେମାନଙ୍କ ସହ ଅନେକ ଜଣାଶୁଣା କଳାକାର ସିଲଭର ସ୍କ୍ରିନରେ ଦେଖାଦେବେ । ଏଥିରେ ଏହି ଦୁଇ ଲିଡ ଷ୍ଟାରଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ସୁନୀଲ ସେଟ୍ଟୀ, ପ୍ରତୀକ ବବର, ଗୁଲଶନ ଗ୍ରୋଭର, ରୋନିତ ରୟ ଓ ଅମୋଲ ଗୁପ୍ତେଙ୍କ ଭଳି ଅଭିନେତା ଅଛନ୍ତି । ଏହା ପୂର୍ବରୁ ସଞ୍ଜୟ ଗୁପ୍ତା ଋତିକ ରୋଶନ ଓ ୟାମୀ ଗୌତମ ଷ୍ଟାରର ଫିଲ୍ମ ‘କାବିଲ’ର ନିର୍ଦେଶନା ଦେଇଥିଲେ । ସଞ୍ଜୟ ଗୁପ୍ତାଙ୍କୁ ଗ୍ୟାଙ୍ଗଷ୍ଟର ବାଲା ସିନେମାର ମହାରଥୀ ମନେକରାଯାଏ । କାରଣ ସେ ‘କାଣ୍ଟେ’, ‘ଶୁଟ ଆଉଟ ଆଟ ୱଡାଲା’ ଏବଂ ‘ଶୁଟ ଆଉଟ ଆଟ ଲୋଖଣ୍ଡୱାଲା’ ଭଳି ଫିଲ୍ମରେ ନିଜକୁ ପ୍ରମାଣିତ କରିସାରିଛନ୍ତି । ‘ମୁମ୍ବାଇ ସାଗା’ ଦେଖିବାକୁ ଚାହୁଁଥିବା ଦର୍ଶକଙ୍କୁ ଏବର୍ଷ ଜୁନ ୧୯ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

Spread the love