March 29, 2024

Satya News

odia news channel

୨୦୨୦ର ପ୍ରଥମ ଦିନରେ ଜନ୍ମନେଲେ ୩,୮୬, ୦୦୦ ଶିଶୁ: ଭାରତରେ ସର୍ବାଧିକ

ନୂଆଦିଲ୍ଲୀ,୨/୧: ୨୦୨୦ ବର୍ଷର ପ୍ରଥମ ଦିନରେ ୩, ୮୬,୦୦୦ ଶିଶୁ ଜନ୍ମ ନେଇଛନ୍ତି। ଏ ସମ୍ପର୍କରେ ୟୁନିସେଫ୍ ସୂଚନା ଦେଇଛି। ନବଜାତକଙ୍କ ମଧ୍ୟରୁ ସର୍ବାଧିକ ଭାରତରେ ଜନ୍ମ ନେଇଛନ୍ତି। ତେବେ ନୂଆବର୍ଷରେ ସର୍ବପ୍ରଥମ ଶିଶୁ ଫିଜରେ ଜନ୍ମ ନେଇଥିବାବେଳେ ଶେଷ ଶିଶୁ ଆମେରିକାରେ ଜନ୍ମନେଇଛି। ଏହିଦିନ ବିଶ୍ୱରେ ଜନ୍ମନେଇଥିବା ଶିଶୁଙ୍କ ମଧ୍ୟରେ ଭାରତରେ ସର୍ବାଧିକ ୬୯,୦୦୦, ଚୀନରେ ୪୪, ୭୬୦, ନାଇଜେରିଆରେ ୨୦,୨୧୦, ପାକିସ୍ତାନରେ ୧୪,୯୧୦, ଇଣ୍ଡୋନେସିଆରେ ୧୩,୩୭୦, ଆମେରିକାରେ ୧୧,୨୮୦, କଙ୍ଗୋରେ ୯,୪୦୦, ଇଥୋପିଆରେ ୯,୦୨୦ ଏବଂ ବାଂଲାଦେଶରେ ୮,୩୭୦ ଶିଶୁ ଜନ୍ମଗ୍ରହଣ କରିଛନ୍ତି।

Spread the love