
ମଦୁରାଇ : ତାମିଲନାଡୁ ମଦୁରାଇରେ ଶନିବାର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁ ଲିଭାଇବା ବେଳେ ବିଲ୍ଡିଂଟି ଭୁଷୁଡି ପଡିବାରୁ ଦୁଇ ଦମକଳ ବାହିନୀର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ଅଗ୍ନିଶମ ବାହିନୀର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ମୃତକ ଦୁଇ କର୍ମଚାରୀ ହେଲେ ଶିବରାଜନ ଏବଂ ପି. କୃଷ୍ଣାମୂର୍ତ୍ତି ।
ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀ ଦୁଇ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଭୟ ମୃତକଙ୍କ ପରିବାର ପାଇଁ ୨୫-୨୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି । ଏହା ବ୍ୟତୀତ ପରିବାରର ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଅନୁସାରେ ସରକାରୀ ଚାକିରୀ ଦେବାଲାଗି ଘୋଷଣା କରିଛନ୍ତି । ଆହତ କର୍ମଚାରୀଙ୍କୁ ୩-୩ ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ ସେମାନଙ୍କୁ ମାଗଣାରେ ଚିକିତ୍ସା କରାଯିବ ।
ପୋଲିସର ସୂଚନା ଅନୁସାରେ ହୁଏତ ବିଦ୍ୟୁତ୍ ସର୍ଟ ସର୍କିଟ୍ ରୁ ପୁରୁଣା ବିଲ୍ଡିଂରେ ଅଗ୍ନିକାଣ୍ଡ ହୋଇଛି । ନିଆଁକୁ ଆୟତ କରିବା ସମୟରେ ବିଲ୍ଡିଂଟି ସମ୍ପୂର୍ଣ୍ଣ ଭୁଷୁଡି ପଡିଥିଲା । ଫଳରେ ୪ ଜଣ ଅଗ୍ନିଶମ କର୍ମଚାରୀ ଦବି ରହିଯାଇଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଦୁଇ ଜଣଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
More Stories
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ