ଭୁବନେଶ୍ୱର,୨୨/୧: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଫେବ୍ରୁଆରୀ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୩୧ ଦିନ ଧରି ଏହି ଅଧିବେଶନ ଚାଲିବାକୁ ଧାର୍ଯ୍ୟ ହୋଇଥିବାବେଳେ ୧୮ ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ ହେବ। ଦୁଇଟି ପର୍ଯ୍ୟାୟରେ ଏହି ବଜେଟ୍ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ୧୪ରୁ ଆରମ୍ଭ ହୋଇ ୨୯ ଫେବ୍ରୁଆରୀ ଯାଏ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୧୧ ମାର୍ଚ୍ଚରୁ ଆରମ୍ଭ ହୋଇ ଏପ୍ରିଲ ୯ ଯାଏ ଚଲିବ। ଏ ନେଇ ବିଧାନସଭା ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳ ଗଣେଶି ଲାଲ ନିଜର ଅଭିଭାଷଣ ରଖିବେ। ତେବେ ରାଜ୍ୟ ସରକାର ଇତିମଧ୍ୟରେ ବଜେଟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଗତ ୧୫ ତାରିଖଠାରୁ ପ୍ରାକ ବଜେଟ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ