
ଭୁବନେଶ୍ୱର: ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରାଯିବ। ଏଥିଲାଗି ଚଳିତ ବଜେଟ୍ରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୫ ହଜାର ୫୨୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। ଯେଉଁଥିରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି। ନିର୍ମାଣାଧିନ ମୋଟ୍ ୪, ୮୭୭ କିଲୋମିଟର ରେଳ ଲାଇନ୍ ପାଇଁ ହୋଇଥିବା ୬୧,୯୪୯ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଏହା ଏକ ଅଂଶ ବୋଲି କୁହାଯାଇଛି।
୨୮୯ କିଲୋମିଟର ଲମ୍ବର ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳପଥ ପାଇଁ ୫୦୦ କୋଟି ଟଙ୍କା, ୯୮.୭ କିଲୋମିଟର ଲମ୍ବର ଅନୁଗୁଳ-ସୁକିନ୍ଦା ରୋଡ୍ ପାଇଁ ୪୦୦ କୋଟି ଟଙ୍କା, ୮୨ କିଲୋମିଟର ହରିଦାସପୁର-ପାରାଦୀପ ପାଇଁ ୧୦୦ କୋଟି ଟଙ୍କା, ୧୫୪ କି.ମି. ତାଳଚେର-ବିମଳାଗଡ଼ ୧୦ କୋଟି ଟଙ୍କା, ୧୩୦ କିଲୋମିଟର ଜୟପୁର-ମାଲକାନାଗିରି ରୁଟ୍ ପାଇଁ ୨୮ କୋଟି ଟଙ୍କା, ୩୮ କିଲୋମିଟର ଲମ୍ବର ଜୟପୁର-ନବରଙ୍ଗପୁର ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରେଳମନ୍ତ୍ରୀ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ