
ଭୁବନେଶ୍ୱର : ପରୀ ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି । ୫ ବର୍ଷ ଝିଅ ପରୀ ହତ୍ୟା ଘଟଣାରେ ବିଜେପି ତାର ଆନ୍ଦେ।ଳନକୁ ତୀବ୍ର କରିଛି । ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ରିଲେ ଅନଶନ ଜାରି ରହିଥିବା ବେଳେ ଏପଟେ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ବି ଧାରଣା ଜାରି ରଖ।ଯାଇଛି । ପରୀକୁ ନ୍ୟାୟ ଦାବିରେ ଆଜି ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି ।
ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା ସାମିଲ ହୋଇଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ହେଉଛି ସେମାନଙ୍କର ପ୍ରମୁଖ ଦାବି । ଯେ ପର୍ଯ୍ୟନ୍ତ ଅରୁଣ ସାହୁଙ୍କୁ ଦଳରୁ ବହିଷ୍କାର କରାନଯାଇଛି, ସେ ପର୍ଯ୍ୟନ୍ତ ଆନ୍ଦେ।ଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି ବିଜେପି ନେତା । ତେବେ ପରୀ ଘଟଣାକୁ ନେଇ ବିଜେପି ଲଗାତାର ଭାବରେ ଆନ୍ଦେ।ଳନ ଜାରି ରଖିଥିବା ବେଳେ ପରୀ ଘଟଣାକୁ ନେଇ ବେଶି ରାଜନୀତି ନକରିବାକୁ ବିଜେଡି କହିଛି ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ