March 27, 2024

Satya News

odia news channel

ପରୀ ହତ୍ୟା ମାମଲାରେ ‘ୟୁ’ ଟର୍ଣ୍ଣ ନେଲେ ସୌମ୍ୟ

 

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୟୁ ଟର୍ଣ୍ଣ । ପରୀ ମୃତ୍ୟୁ ଘଟଣାକୁ ଏକ ଛୋଟ ଅଘଟଣ ବୋଲି ଗତକାଲି କହିବା ପରେ ଆଜି ୟୁ ଟର୍ଣ୍ଣ ନେଇଛନ୍ତି ସୌମ୍ୟ ।

ସେ କହିଛନ୍ତି ତାଙ୍କ କଥାକୁ କଦର୍ଥ କରାଯାଇ ରାଜନୀତିକରଣ କରାଯାଉଛି । ସେ ଏଭଳି କହିନାହାନ୍ତି ବୋଲି ଆଜି କହିଛନ୍ତି ।ନୟାଗଡ଼ର ୫ ବର୍ଷୀୟ ଝିଅ ପରୀ ମୃତ୍ୟୁ ଏକ ଛୋଟ ଘଟଣା ଥିଲା । କିନ୍ତୁ ପରେ ତାହା ବିରାଟ ରୂପ ଧାରଣ କରିଥିଲା ବୋଲି ସୌମ୍ୟ କହିଛନ୍ତି ।

ସୌମ୍ୟ କହିଛନ୍ତି, ଘଟଣାଟି ଆରମ୍ଭ ହୋଇଥିଲା ନିଖୋଜ ମାମଲାରୁ। ତେଣୁ ଏହାକୁ ଏକ ବଡ ଘଟଣା ବୋଲି କହି ପାରିବି କି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ। ପୋଲିସ ଯଦି ଆରମ୍ଭରୁ ପଦକ୍ଷେପ ନେଇଥାନ୍ତା ତେବେ ଏତେବାଟ ପର୍ଯ୍ୟନ୍ତ କଥା ଆସି ନ ଥାନ୍ତା।  ଏପରିକି ୭ ଦିନ ପରେ ଏହା ହତ୍ୟା ମାମଲା ହୋଇଥାଇପାରେ ବୋଲି ସନ୍ଦେହ କରିବା ପରେ ବି ଯଦି ପଦକ୍ଷେପ ନେଇଥାନ୍ତା, ତେବେ ଆଜି ବିଧାନସଭା ଅଚଳ ହେବା ପରି ଅବସ୍ଥା ସୃଷ୍ଟି ହୋଇ ନ ଥାନ୍ତା ବୋଲି କହିଛନ୍ତି ସୌମ୍ୟ।ସୌମ୍ୟଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଯଦି ସୌମ୍ୟଙ୍କ ଘରେ ଏଭଳି ହୋଇଥାନ୍ତା, ତେବେ କଣ ଏଭଳି କହିଥାଥାନ୍ତେ ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି ।

Spread the love