ଭୁବନେଶ୍ୱର,୨୯/୧୨: ଏଣିକି ବିନା ଲିଗାଲ ହେୟାର ସାର୍ଟିଫିକେଟରେ ମିଳିବ ଫ୍ୟାମିଲି ପେନସନ୍। ଏ ନେଇ ଶନିବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ଲୋକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସେଥିରେ ରୋକ୍ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି। ଏହାଦ୍ୱାରା ସରକାରୀ କର୍ମଚାରୀଙ୍କ ମୃତ୍ୟୁହେଲେ ଉତ୍ତରାଧିକାରୀ ପ୍ରମାଣପତ୍ର ବିନା ସମସ୍ତ ପ୍ରାପ୍ୟ ଓ ପେନସନ୍ ଉତ୍ତରାଧିକାରୀଙ୍କୁ ମିଳିପାରିବ। ସର୍ଭିସ ବୁକରେ ଥିବା ତଥ୍ୟ ଆଧାରରେ ଉତ୍ତରାଧିକାରୀଙ୍କୁ ଫ୍ୟାମିଲି ପେନସନ୍, ଗ୍ରାଚ୍ୟୁଇଟି, ବକେୟା ଛୁଟି ଦରମା ଆଦି ବିନା ଉତ୍ତରାଧିକାରୀ ପ୍ରମାଣପତ୍ରରେ ଦିଆଯିବ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ