November 30, 2023

Satya News

odia news channel

+୨ ପ୍ରଥମ ବର୍ଷରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ

ଭୁବନେଶ୍ବର,୧୫/୧: ଏଣିକି +୨ ପ୍ରଥମ ବର୍ଷ ପାସ୍‌ କରିବାକୁ ପରୀକ୍ଷାର୍ଥୀଙ୍କୁ ଦୁଇଟି ସୁଯୋଗ ମିଳିବ। ତଦନୁଯାୟୀ ଫେବୃଆରୀ ୧୫ରୁ ୨୯ ରାତିଖ ଯାଏ ପ୍ରଥମ ସୁଯୋଗ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ୩୩ ପ୍ରତିଶତରୁ କମ୍ ମାର୍କ ରଖିଥିବା ଛାତ୍ରଛାତ୍ରୀ ଫେଲ୍‌ ବିବେଚିତ ହେବାସହ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ। ଏଥିସହ ସେମାନଙ୍କ ପାଇଁ ରିମେଡିଆଲ୍ କ୍ଲାସ୍ କରାଯିବ। ମେ’ ଶେଷ ସପ୍ତାହରେ ସେମାନଙ୍କୁ ଦ୍ବିତୀୟ ସୁଯୋଗ ଦିଆଯିବ। ଏଥିରେ ଫେଲ୍‌ ହେଲେ ପରୀକ୍ଷାର୍ଥୀଙ୍କୁ ଆଉ ସୁଯୋଗ ମିଳିବ ନାହିଁ। ଏ ନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ତେବେ ଏହି ବାବଦରେ ଚୂଡ଼ାନ୍ତ ବିଜ୍ଞପ୍ତି ଖୁବ୍‌ଶୀଘ୍ର ପ୍ରକାଶ କରାଯିବ। ମନ୍ତ୍ରୀ ଶ୍ରୀ ଦାଶଙ୍କ ସୂଚନା ଅନୁଯାୟୀ, ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ତଥା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଢାଞ୍ଚା ଭଳି ପ୍ରଥମ ବର୍ଷରେ ବି ପରୀକ୍ଷା ହେବ। ଅତିକମ୍‌ରେ ୩୩ ପ୍ରତିଶତ ମାର୍କ ରଖିଲେ ଛାତ୍ରଛାତ୍ରୀ ଦ୍ବାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ତେବେ କଲେଜଗୁଡ଼ିକ ପ୍ରଥମ ବର୍ଷ ପରୀକ୍ଷା ପରିଚାଳନା କରି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପରୀକ୍ଷା ଫଳ ଜଣାଇବେ ବୋଲି ସେ ପ୍ରକାଶ କରିଛନ୍ତି।

Spread the love