March 27, 2024

Satya News

odia news channel

ଯବାନଙ୍କ ପାଣିରେ ବିଷ ମିଶାଇବାକୁ ଚକ୍ରାନ୍ତ

ଯବାନଙ୍କ ପାଣିରେ ବିଷ ମିଶାଇବାକୁ ଚକ୍ରାନ୍ତ

ସେନା ଓ କେନ୍ଦ୍ରୀୟ ସୁରକ୍ଷା ବଳକୁ ଅଲର୍ଟ କଲା ଇଣ୍ଟେଲିଜେନ୍ସ ଏଜେନ୍ସି


ନୂଆଦିଲ୍ଲୀ, ୭/୧: ଜମ୍ମୁ-କଶ୍ମୀରରେ ସୁରକ୍ଷା ବଳ ବିରୋଧରେ ଆତଙ୍କବାଦୀମାନେ ଏକ ନୂଆ ଷଡ଼ଯନ୍ତ୍ର ରଚୁଥିବା ପର୍ଦ୍ଦାଫାସ ହୋଇଛି । ଆତଙ୍କବାଦୀମାନେ ଯବାନଙ୍କ ପାଣି କିମ୍ବା ଖାଦ୍ୟରେ ବିଷ ମିଶାଇବା ପାଇଁ ଚକ୍ରାନ୍ତ କରୁଛନ୍ତି । ଅଧିକରୁ ଅଧିକ ଯବାନଙ୍କ ଜୀବନ ନେବା ପାଇଁ ସେମାନେ ଏପରି ଉଦ୍ୟମ ଚଳାଇଥିବା ଜଣାପଡ଼ିଛି । ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା ମିଳିବା ପରେ ଅତ୍ୟଧିକ ସତର୍କତା ଅବଲମ୍ବନ କରାଯାଉଛି । ଇଣ୍ଟେଲିଜେନ୍ସ ଏଜେନ୍ସିଗୁଡ଼ିକ ଏନେଇ ସେନା ଓ କେନ୍ଦ୍ରୀୟ ସୁରକ୍ଷା ବଳକୁ ଆଲର୍ଟ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତବର୍ଷ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦କୁ ହଟାଇଦେଇଥିଲେ । ସେବେଠୁ ଆତଙ୍କବାଦୀଙ୍କ ଗତିବିଧି ଉପରେ ସୁରକ୍ଷା ଏଜେନ୍ସିର କଡ଼ା ନଜର ରହିଛି ।
Spread the love