April 16, 2024

Satya News

odia news channel

ପୁନେ ସ୍ଥିତ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆ‌ରେ ଅଗ୍ନିକାଣ୍ଡ

 

ପୁଣେ: ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ‌ରେ ଲାଗିଲା ନିଆଁ। ଇନଷ୍ଟିଚ୍ୟୁଟର ଟର୍ମିିନାଲ-୧ରେ ଥିବା ଏକ କୋଠାରେ ନିଆଁ ଲାଗିଥିବା ଜଣାପଡ଼ିଛି। ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଉକ୍ତ ସ୍ଥାନରେ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ କୋଠାଟି ନିର୍ମାଣାଧୀନ ଥିବାରୁ ଭିତରେ କେହି ଫସି ରହି ନଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏହା ସହ ନିଆଁଟି ସେରମ ଇନଷ୍ଟିଚ୍ୟୁଟର ମଞ୍ଜରୀ କ୍ୟାମ୍ପସରେ ଲାଗିଥିବା ବେ‌ଳେ ଏଠାରେ କରୋନା ଟିକା କୋଭିସିଲ୍ଡର ଉତ୍ପାଦନ କାମ କରାଯାଉ ନଥିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇପାରିନାହିଁ।

କରୋନାକୁ ହରାଇବା ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ର‌ାଜେନେକା ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକାର ଉତ୍ପାଦନ କରୁଛି ସେରମ ଇନଷ୍ଟିଚ୍ୟୁଟ। ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ସେରମ ଇନଷ୍ଟିଚ୍ୟୁଟ ଟିକା ବିତରଣ କରି ସାରିଛି। ପ୍ରଥମ ପର୍ଯ୍ୟାୟରେ ସେରମ ଇନଷ୍ଟିଚ୍ୟୁଟ ୧୦ନିୟୁତ ଡୋଜ ପଠାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଢ଼ାଇବାର ଯୋଜନା ରଖିଛି। ତେବେ ଟିକା ଉତ୍ପ‌ାଦନ କରୁଥିବା କ୍ୟାମ୍ପସରେ ନିଆଁ ଲାଗି ନଥିବା ଜାଣି ଲୋକେ ଆଶ୍ବସ୍ତ ହୋଇଛନ୍ତି।

Spread the love