March 27, 2024

Satya News

odia news channel

ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ୪୩୭୩ କୋଟି

ଭୁବନେଶ୍ୱର,୬/୨: ରେଳ ବଜେଟ-୨୦୨୦ରେ ସମଗ୍ର ପୂର୍ବତଟ ରେଳପଥକୁ ମୋଟ ୫୮୬୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଓଡ଼ିଶା ପାଇଁ ପ୍ରାୟ ୪୩୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତବର୍ଷ ଓଡ଼ିଶାକୁ ପ୍ରାୟ ୪୫୯୩ କୋଟି ମିଳିଥିଲାବେଳେ ଚଳିତ ବର୍ଷ ସେଥିରେ ସାମାନ୍ୟ ହ୍ରାସ ଘଟିଛି। ନୂଆ ପ୍ରକଳ୍ପଭାବେ ଏଥର ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ରେଳପଥକୁ ମଞ୍ଜୁରୀ ମିଳିଛି। ମୋଟ ୨୪୧ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ପାଇଁ ୨୯୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ରେଳପଥ ପାଇଁ ସର୍ବାଧିକ ୫୨୦ କୋଟିର ବ୍ୟୟବରାଦ କରାଯାଇଛି। ସେହିପରି ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ହରିଦାସପୁର-ପାରାଦୀପ ରେଳପଥ ପାଇଁ ୧୦୦ କୋଟି, ତାଳଚେର-ବିମଳାଗଡ଼ ରେଳପଥ ପାଇଁ ୧୪୦ କୋଟି, ଜୟପୁର-ମାଲକାନଗିରି ରେଳପଥ ପାଇଁ ୩୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ସମ୍ବଲପୁର-ତାଳଚେର ରେଳପଥର ଦୋହରୀକରଣ ପାଇଁ ୨୯୨ କୋଟି, ସମ୍ବଲପୁର-ଟିଟିଲାଗଡ଼ ରେଳପଥ ଦୋହରୀକରଣ ପାଇଁ ୩୮୨କୋଟି, ଟିଟିଲାଗଡ଼-ବିଜୟନଗରମ ୩ୟ ଲାଇନ ପାଇଁ ୩୮୦ କୋଟିର ବ୍ୟୟବରାଦ କରାଯାଇଛି। ଭଦ୍ରକ-ନିର୍ଗୁଣ୍ଡି ୩ୟ ଲାଇନ ପାଇଁ ୧୦୨ କୋଟି ଟଙ୍କା ଓ ବୁଢାପଙ୍କ-ଶାଳଗାଁ ୩ୟ ଲାଇନ ପାଇଁ ୨୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡ଼ିଶାରେ ରେଳବାଇ ବିଦ୍ୟୁତୀକରଣ ପାଇଁ ୧୮୦ କୋଟିର ବ୍ୟୟବରାଦ କରାଯାଇଛି।

Spread the love