March 27, 2024

Satya News

odia news channel

ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

 

ଭଦ୍ରକ : କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦିଅନ୍ତି । ମା’ ସାତ ଦିନରେ ସାତଟି ବେଶ ଧାରଣ କରନ୍ତି । ଆଜି ସପ୍ତମାତୃକା ବେଶର ତୃତୀୟ ଦିନ । ତୃତୀୟ ଦିନରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ।

ପୃଥିବୀକୁ ଶତ୍ରୁଙ୍କୁ ସଂହାର କରିବା ପାଇଁ ଏହି ବେଶ ଧାରଣ କରିଥାନ୍ତି । ସକାଳୁ ପହଡ ଖୋଲିବା ପରେ ମା’ଙ୍କର ନୀତିକାନ୍ତୀ ଆରମ୍ଭ ହୋଇଥିଲା । ମା’ଙ୍କ ଦର୍ଶନ ପାଇଁ ଭଦ୍ରକ ତଥା ଭଦ୍ରକ ବାହାରୁ ଭକ୍ତମାନେ ଏଠାକୁ ଛୁଟି ଆସନ୍ତି । ମା’ଙ୍କ କରୁଣା ଭିକ୍ଷା କରନ୍ତି । କାରୋନା କଟକଣା ପାଇଁ ଏଥର ଦର୍ଶନ କରିପାରୁ ନାହାନ୍ତି ଶ୍ରଦ୍ଧାଳୁ ।

 

Spread the love