ଭୁବନେଶ୍ଵର,୬/୧: ସର୍ବସାଧାରଣଙ୍କ ନିମନ୍ତେ ରବିବାରଠାରୁ ଖୋଲିଛି ରାଜଭବନ ଉଦ୍ୟାନ। ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାରହିବ। ସମସ୍ତ ଛୁଟିଦିନ ଓ ରବିବାର ସହ ପ୍ରତ୍ୟେହ ଅପରାହ୍ଣ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଏହାକୁ ପରିଭ୍ରମଣ କରିହେବ।

ତେବେ ଅପରାହ୍ଣ ୪ଟା ୩୦ ପରେ ଉଦ୍ୟାନକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ପରିଦର୍ଶନ ସମୟରେ ସାଙ୍ଗରେ ଖାଦ୍ୟଦ୍ରବ୍ୟ ନଆଣିବା ସହ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି।

ପରିଦର୍ଶକମାନଙ୍କୁ ଉଦ୍ୟାନ ଭିତରେ ଥିବା ୱାଟର ଫାଉଣ୍ଟେନ, ମ୍ୟୁଜିକାଲ ଫାଉଣ୍ଟେନ, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୂର, ବତକ ଓ ପକ୍ଷୀ ଘର ସମେତ ଏହାର ସବୁଜିମା ଓ ବିଭିନ୍ନ ପ୍ରକାରର ଫୁଲ ବେଶ ଆକର୍ଷିତ କରିବ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ