
ଭୁବନେଶ୍ୱର: ଦିନକରେ କରୋନାରୁ ସୁସ୍ଥ ହେଲେ ୭୨୮ ଜଣ କରୋନା ରୋଗୀ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୩ ଜଣ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ରିପୋର୍ଟକୁ ମିଶାଇଲେ ଆଜି ସୁଦ୍ଧା ୩୦୮୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଖୋର୍ଦ୍ଧା୧୦୩, ମୟୂରଭଞ୍ଜ ୭୩, ସୁନ୍ଦରଗଡ଼ ୬୭, ନୂଆପଡ଼ା ୪୪, କଟକ ୪୨, ବାଲେଶ୍ୱର ୩୭, ବଲାଙ୍ଗିରି ୩୨, ଜଗତସିଂହପୁର ୩୦, କେନ୍ଦ୍ରାପଡ଼ା ୩୦, ସମ୍ୱଲପୁର ୨୮, ଷ୍ଟେଟ୍ ପୁଲ୍ରୁ ୨୬, କେନ୍ଦୁଝର ୨୫, ଅନୁଗୋଳ ୨୪, ବରଗଡ଼ ୨୧, ଝାରସୁଗୁଡ଼ା ୧୭, ଯାଜପୁର ୧୪ ଓ କଳାହାଣ୍ଡିରୁ ୧୪ ଜଣ ସୁସ୍ଥ ହୋଇଛନ୍ତି।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ