April 19, 2024

Satya News

odia news channel

ରକ୍ତଦାନ କରି ଜନ୍ମଦିନ ପାଳିଲେ ବିବେକ

 

ଯାଜପୁର ଜିଲ୍ଲା ବ୍ୟାସନଗର ମୁନିସିପାଲିଟି ଅନ୍ତର୍ଗତ ଦଳା ଗ୍ରାମର ବିବେକ ବେହେରା ରକ୍ଜଦାନ କରି ନିଜର ଜନ୍ମ ଦିନ ପାଳନ କରିଛନ୍ତି ା ଯାଜପୁର ରୋଡ ମୁଖ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ଅଭାବ ଦୂର କରିବା ପାରଁ ଏଭଳି ଅଭିନବ ପ୍ରୟାସ କରିଛନ୍ନିତି ା  ବିବେକ ବେହେରା ତାଙ୍କ ୨୩ ତମ ଜନ୍ମଦିନ ଉତ୍ସବରେ ୧୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ ା ଏଥିରେ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ଅଧିକାରୀ ଡ଼ଃ ସନ୍ତୋଷ କୁମାର ପୃଷ୍ଟି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ

ପ୍ରଥମେ ବିବେକ ରକ୍ତଦାନ କରି ବନ୍ଧୁମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ ା ଏହି କାର୍ଯ୍ୟକ୍ରମରେ ରାଜେଶ କୁମାର ରାଉତ,ପ୍ରକାଶ ଜେନା,ତବିନ ସାମଲ,ବିମଲ ଦାସ,ସୁମନ ଲାହା,ବର୍ଷା ବେହେରା,ସୁନୀଲ ଦାସ,ପ୍ରଣୟ ପ୍ରଦୀପ ପାତ୍ର,ପ୍ରତାପ ସାମଲ,ସତ୍ୟଜିତ ବଳ,ଶିବପ୍ରସାଦ ସାମଲ,ସୋମନାଥ ସିହ୍ନା,ପ୍ରକାଶ ଲାହା,ସଂଗ୍ରାମ ମଲ୍ଲିକ,ବିଶ୍ୱଜିତ ସାହୁ,ଶିବପ୍ରସାଦ ସାହୁ,ସ୍ୱରୂପ ରଂଜନ ସ୍ୱାଇଁ,ପ୍ରିୟବ୍ରତ ସାହୁ,ଅରଜିତ ପରିଡା,ବନିତା ବେହେରା, ସୁଚିସ୍ମିତା ସାହୁ, ସାୟେଦା ଉଜ଼ମା, ନୀତିକା ମହାନ୍ତି, ମାମାରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ କରିଥିଲେ। ବିବେକଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ା

Spread the love