November 30, 2023

Satya News

odia news channel

ରମେଶଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

 

ପୁରୀ: ପୁରୀ ବାସେଳିସାହି ପୋଲିସ୍‌ ହେପାଜତରେ ପ୍ରାଣ ହରାଇଥିବା କେ. ରମେଶଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ରମେଶଙ୍କୁ ସାଂଘାତିକ ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି।

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି ଯେ, ମୃତ୍ୟୁ ପୂର୍ବରୁ ରମେଶଙ୍କ ଶରୀରରେ ୧୬ଟି କ୍ଷତ ଚିହ୍ନ ଥିଲା। ଏହି କ୍ଷତ ଚିହ୍ନ ଗୁଡ଼ିକ କୌଣସି ଲାଠିର ମାଡ଼ ଓ ଆଘାତ ଯୋଗୁ ସୃଷ୍ଟି ହୋଇ ଥାଇପାରେ। ଏହାସହ ମୁଣ୍ଡରେ ଶକ୍ତ ଆଘାତ ଯୋଗୁ ରମେଶଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଡାକ୍ତର।

ରମେଶଙ୍କ ମସ୍ତିଷ୍କରେ ୨୫୦ ମିଲିଲିଟର ରକ୍ତ ଜମାଟ ବାନ୍ଧିଥିଲା ବୋଲି ବ୍ୟବଚ୍ଛେଦ ବେଳେ ଦେଖିବାକୁ ମିଳିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସକୁ ଦିଆଯାଇଥିବାବେଳେ, ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ରମେଶଙ୍କ ମୃତ୍ୟୁ ପରେ ପୋଲିସ କହିଥିଲା ଯେ, ରମେଶ ଜଣେ ହାର୍ଡକୋର କ୍ରିମିନାଲ୍ ଥିଲା। ପୋଲିସ ସହ ଧସ୍ତାଧସ୍ତି ବେଳେ ରମେଶଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଲିସ କହିଥିଲା।

Spread the love