March 27, 2023

Satya News

odia news channel

ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଟ୍ରମ୍ପ୍ ସମର୍ଥକ, ନିର୍ବାଚନ ଫଳାଫଳ ମାନିବାକୁ ନାରାଜ, ବିରୋଧୀଙ୍କ ସହ ହାତାହାତି

 

ଓ୍ୱାଶିଂଟନ :   ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଫଳାଫଳକୁ ମାନିବା ପାଇଁ ପ୍ରସ୍ତୁତ ନାହାଁନ୍ତି । ଏହାମଧ୍ୟରେ ଆମେରିକାର ରାଜଧାନୀ ଓ୍ୱାଶିଂଟନ ଡିସି ରାସ୍ତାରେ ହଜାର ହଜାର ଟ୍ରମ୍ପ୍ ସମର୍ଥକ ଏକତ୍ର ହୋଇଛନ୍ତି । ଏହାସହ ଟ୍ରମ୍ପଙ୍କ ସପକ୍ଷରେ ନାରାବାଜି ମଧ୍ୟ କରିଛନ୍ତି । ସମର୍ଥକଙ୍କ ସହ ପୋଲିସର ମୁହାଁମୁହିଁ ସ୍ଥିତି ମଧ୍ୟ ଉପୁଜିଛି ।

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ଦିନକୁ ୭ ଦିନ ବିତିଗଲାଣି । କିନ୍ତୁ ଡୋନାଲ୍ଡ ଟ୍ରମ୍ପ ନିଜ ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାଁନ୍ତି । ଏହାସହ ସେ ନିର୍ବାଚନରେ ଅନିୟମିତତା ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

ଟ୍ରମ୍ପ୍ ସମର୍ଥକଙ୍କ କହିବାନୁସାରେ, ପୋସିଲବେନିୟା, ନେବାଡ ଭଳି ସ୍ଥାନରେ ଅନିୟମିତତା ହୋଇଛି । ଭୋଟ ଗଣତି ଓ ଭୋଟ ଦାନ ଠିକସେ ହୋଇ ନାହିଁ । ଏପରିକି ଜନମତକୁ ଟ୍ୟାମ୍ପରିଂ କରାଯାଇଛି । ଅନେକ ସ୍ଥାନରେ ମୃତକଙ୍କ ନାଁରେ ଭୋଟ୍ ଦିଆଯାଇଛି ।

ଆହୁରି ମଧ୍ୟ ଟ୍ରମ୍ପଙ୍କ ସମର୍ଥକ ଓ ବିରୋଧୀ ଓ୍ୱାଶିଂଟନରେ ମୁହାଁମୁହିଁ ହୋଇଛନ୍ତି । ବ୍ଲାକ୍ ଲାଇଟ୍ସ ଓ ଆଣ୍ଟିଫା ନାମକ ସଙ୍ଗଠନର ସଦସ୍ୟମାନେ ମଧ୍ୟ ହ୍ୱାଇଟ ହାଉସର କିଛି ଦୂରରେ ଜମା ହୋଇଛନ୍ତି ।ସେମାନେ ଟ୍ରମ୍ପଙ୍କ ସମର୍ଥକଙ୍କ ସହ ହାତାହାତି ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛି ।

ସୂଚନାଯୋଗ୍ୟ, ଟ୍ରମ୍ପ ଏବେ ସୁଦ୍ଧା ବାଇଡେନ୍‌ଙ୍କ ବିଜୟକୁ ସ୍ବୀକାର କରୁନଥିବା ବେଳେ ବିଭିନ୍ନ ସ୍ଥାନର ମତ ଗଣନାକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଶୁକ୍ରବାର କରୋନା ଭାଇରସ୍‌କୁ ନେଇ ହୋଇଥିବା ସାମ୍ବାଦିକ ସମ୍ମଳନୀରେ ଟ୍ରମ୍ପ କହିଥିଲେ ଯେ, ଭବିଷ୍ୟତରେ କଣ ହେବ କେହି ଜାଣିନାହାନ୍ତି। ପ୍ରଶାସନ କାହାର ହେବ ବି ଜଣାନାହିଁ। ଏହା ତ ସମୟ କହିବ।

Spread the love