March 29, 2024

Satya News

odia news channel

ଆମେରିକାକୁ ପୁଣି ଟାର୍ଗେଟ କଲା ଇରାନ । ବାଗଦାଦ ଦୂତାବାସରେ ରକେଟ ମାଡ଼, ମଧ୍ୟପ୍ରାଚ୍ୟରେ ବଢ଼ିବ ଉତ୍ତେଜନା

ଆମେରିକାକୁ ପୁଣି ଟାର୍ଗେଟ କଲା ଇରାନ

ବାଗଦାଦ,୨୬ ।୧: ଆମେରିକାର ତମାମ ଚେତାବନୀ ସତ୍ତ୍ୱେ ବାଗଦାଦରେ ତା’ର ଦୂତାବାସ ଉପରେ ଆକ୍ରମଣ ଥମୁନାହିଁ । ରବିବାର ଆମେରିକା ଦୂତାବାସର ଖୁବ ନିକଟରେ ଘନ ଘନ କଟ୍ୟୁସା ରକେଟ ଆକ୍ରମଣ ହୋଇଛି । ଏହି ସଦ୍ୟ ଘଟଣାକ୍ରମ ପରେ ମଧ୍ୟପ୍ରାଚ୍ୟରେ ପୂର୍ବରୁ ଜାରି ଥିବା ଉତ୍ତେଜନା ଆହୁରି ବୃଦ୍ଧି ପାଇପାରେ । ବର୍ତ୍ତମାନ ସୁଦ୍ଧା ଏହି ରକେଟ ଆକ୍ରମଣ ପାଇଁ କୌଣସି ଦେଶ କି ସଙ୍ଗଠନ ନିଜକୁ ଦାୟୀ କରିନାହିଁ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଟାଇଗ୍ରିସ ନଦୀର ପଶ୍ଚିମ କୂଳକୁ ଶବ୍ଦ ଶୁଭିଥିଲା, ଯେଉଁଠି ଅନେକ ରାଷ୍ଟ୍ରର ଦୂତାବାସ ରହିଛି । ନିକଟରେ ଇରାକ ରାଜଧାନୀ ବାଗଦାଦର ହାଇ ସିକ୍ୟୁରିଟି ଜୋନରେ ଥିବା ଆମେରିକୀୟ ଦୂତାବାସ ଉପରେ ତିନୋଟି ରକେଟ ମାଡ଼ ହୋଇଥିଲା । ଏହା ପୂର୍ବରୁ ମଧ୍ୟ ଆମେରିକାର ଦୁଇଟି ସେନା ଶିବିର ଉପରେ ଦୁଇ ଦୁଇ ଥର ଆକାଶ ମାର୍ଗରୁ ଆକ୍ରମଣ ହୋଇଥିଲା । ଏସବୁ ଆକ୍ରମଣ ଇରାନ କରିଥିଲା । କାରଣ ଇରାନ ସେନାର ଶକ୍ତିଶାଳୀ କମାଣ୍ଡର କାସିମ ସୁଲେମାନୀଙ୍କୁ ଆମେରିକା ସେନା ବାଗଦାଦ ବିମାନବନ୍ଦରରେ ଡ୍ରୋନ ଆକ୍ରମଣ କରି ହତ୍ୟା କରିଥିଲା ଜାନୁୟାରୀ ୩ ତାରିଖରେ । ଏହା ପରଠୁ ଆମେରିକା ଓ ଇରାନ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଆମେରିକା ରାଷ୍ଟ୍ରପତି ଥରକୁ ଥର ଇରାନକୁ ଧମକ ଦେଉଛନ୍ତି । କିନ୍ତୁ ଇରାନ ବି ଡରିବା ଦେଶ ନୁହେଁ ।

Spread the love