
ଭଦ୍ରକ : ସରକାରୀ ମେଡିକାଲ କଲେଜ ଦାବିରେ ସାଂସଦଙ୍କ ବାସଭବନ ସମ୍ମୁଖରେ ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ପ୍ରତୀକ ଧାରଣା । ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଦୀର୍ଘଦିନରୁ ଚାଲି ଆସୁଛି । ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ସହ ବହୁ ସାମାଜିକ ସଂଗଠନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିନ୍ନ ଭିନ୍ନ ଉପାୟରେ ନିଜ ଦାବି ଉପସ୍ଥାପନ କରୁଛନ୍ତି ।
ପୂର୍ବରୁ ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବାସଭବନ ସମ୍ମୁଖରେ ପ୍ରତୀକ ଧାରଣା ଦେଇଥିଲେ । ତେବେ ନିଜ ଦାବି ଉପସ୍ଥାପନ ପାଇଁ ଭଦ୍ରକ ସାଂସଦ ମଞ୍ଜୁଳତା ମଣ୍ଡଳଙ୍କ ବାଇପାସ ସ୍ଥିତ ବାସଭବନ ସମ୍ମୁଖରେ ପ୍ରତୀକ ଧାରଣା ଦେଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ସମସ୍ତ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବ ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ଆଗାମୀ ଦିନରେ ମୁଖ୍ୟ ମନ୍ତ୍ରୀଙ୍କୁ ଭେଟି ନିଜ ଦାବି ଜଣାଇବା ନେଇ ସୂଚନା ମିଳିଛି ।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ